ଗ୍ୟାସରେ ରୋଷେଇ କରିବା ସମୟରେ ଗ୍ୟାସ ସିଲିଣ୍ତରରେ ଲାଗିଲା ନିଆଁ, ଜଳିଗଲା ଗୋଟିଏ ବଖରା

0
326

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ ମହେଶ୍ୱରପୁର ଗ୍ରାମରେ ଗ୍ୟାସ ସିଲିଣ୍ତରରେ ନିଆଁ ଲାଗି ସଂପୁର୍ଣ୍ଣ ଘର ଜଳି ଯାଇଥିବା ଦେଖିବାକୁ ମିଳିଛି । ମହେଶ୍ବରପୁର ଗ୍ରାମର ଝଡ଼ିଆ ପ୍ରଧାନଙ୍କ ପତ୍ନୀ ପ୍ରତିମା ପ୍ରଧାନ ଘରେ ରୋଷେଇ କରିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି । ଗ୍ୟାସ ସିଲିଣ୍ତର ରେ ନିଆଁ ଲାଗିବା ଫଳରେ ଜୀବନ ବିକଳରେ ପ୍ରତିମା ଘର ବାହାରକୁ ଦୌଡ଼ି ପଳାଇଥିଲେ । ଗାଁ ଲୋକେ ଖଲ୍ଲିକୋଟ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିବା ସହ ଗ୍ୟାସ ସିଲିଣ୍ତର ଟିକୁ ବାହାର କରିଥିଲେ। ଘରେ ନିଆଁ ଲାଗି ସମ୍ପୁର୍ଣ୍ଣ ଘର ଜଳିଯାଇଥିବା ବେଳେ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି । କିନ୍ତୁ ଏ ପର୍ଯ୍ୟନ୍ତ ପୋଡି ଯାଇଥିବା ଘର ଓ ଜିନିଷପତ୍ର କ୍ଷୟକ୍ଷତି ଆକଳନ ହୋଇନଥିବା ସୂଚନା ରହିଛି । ତେବେ ଗାଁ ଗହଳି ରେ ଗ୍ୟାସ ସିଲିଣ୍ତର ଉପଯୁକ୍ତ ଯାଞ୍ଚ୍  ନକରି ଉପଭୋକ୍ତା ମାନଙ୍କୁ କିଭଳି ଗ୍ୟାସ୍ ସିଲିଣ୍ତର ଦିଆ ଯାଉଛି ତାହା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here