ମର୍ଦମେଖରେ ବିଶ୍ୱ ଜଳ ଦିବସ ପାଳିତ

0
259

ବେଗୁନିଆପଡା(ନ୍ୟୁଜ ଏକ୍ସଟ୍ରା):ସୋମବାର ଦିନ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦମେଖ ପଂଚାୟତର କନ୍ଦିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ପ୍ରକଲ୍ପ ଅଧିକାରୀ ବାଣୀ ସୁକାନ୍ତ ପଟନାୟକ ଯୋଗଦେଇ ଥିବା ବେଳେ ବିଡ଼ିଓ ବେଦବର ପ୍ରଧାନ ପରିଚାଳନା କରିଥିଲେ । ଏହି ପଂଚାୟତ ର ମହିଳା ସଙ୍ଘ ପକ୍ଷରୁ ଶପଥ ପାଠ କରିବା,ପୁସ୍କରିଣୀ ସଫା କରା ଯିବା ସହ ଗ୍ରାମ ପରିକ୍ରମା କରାଯାଇ ସଚେତନତା ବାର୍ତା ଦେଇଥିଲେ ।ଏଥିରେ କନିଷ୍ଠ ଯନ୍ତ୍ରୀ ଓ ଗ୍ରାମ ବାସୀ ସହଯୋଗ କରିଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here