ଶିକ୍ଷକଙ୍କ ଦୁଃଖ ବୁଝିବ କିଏ? ମିଳୁନି ଶିକ୍ଷକଙ୍କ ଏମ.ଏ.ସି.ପି ପ୍ରୋତ୍ସାହନ, ଆନ୍ଦୋଳନ ପାଇଁ ସଜବାଜ

0
318

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଶିକ୍ଷାଦାତାଙ୍କୁ ହତାଦର ! ଶିକ୍ଷକ ଚାକିରୀ କରିବାର 10 ବର୍ଷ ସାରି ଅଧିକ 3 ବର୍ଷ କାମ କରିବା ପରେବି ଆଜି ପର୍ଯ୍ୟନ୍ତ ମିଳିନାହିଁ ଏମ ଏ ସି ପି ପ୍ରୋତ୍ସାହନ l କେନ୍ଦ୍ର ସରକାରଙ୍କ ସପ୍ତମ ବେତନ କମିସନ ନିୟମ 2016 – 9 ସୁପାରିଶ ଅନୁସାରେ ଯେଉଁ ସରକାରୀ କର୍ମଚାରୀ 10 ବର୍ଷ କାମ କରିଥିବେ ସେମାନଙ୍କୁ ଏହି ମୋଡିଫାୟାଡ଼ ଆସ୍ୟୁୟାଡ଼ କ୍ୟାରିୟର ପ୍ରୋଗ୍ରେସନ ସ୍କିମ (Modified Assured Carrier Progression Scheme ) ଅନୁସାରେ ପ୍ରୋତ୍ସାହନ ରାଶି ମିଳିବା କଥା l କିନ୍ତୁ ଗଞ୍ଜାମ ଜିଲ୍ଲାରେ ଏହାର ତୀବ୍ର ବ୍ୟତିକ୍ରମ ଦେଖାଦେଇଛି l 2001 ମସିହାରେ ଶିକ୍ଷା ସହାୟକ ଭାବେ ଚାକିରୀ ଆରମ୍ଭ କରିଥିବା ଗଞ୍ଜାମ ଜିଲ୍ଲାର 401 ଜଣ 2008 ମସିହା ଅପ୍ରେଲ ମାସ 1 ତାରିଖରେ ରେଗୁଲାର ଶିକ୍ଷକର ମାନ୍ୟତା ପାଇଥିଲେ l ସପ୍ତମ ବେତନ ନିୟମ ଅନୁସାରେ 10 ବର୍ଷ ଚାକିରୀ ପରେ ଅର୍ଥାତ 01/04/2018 ରେ ଏହି ଶିକ୍ଷକ ମାନେ ଏମ ଏ ସି ପି ପାଇବା କଥା କିନ୍ତୁ ବ୍ଲକ ଶିକ୍ଷାଧିକାରୀଙ୍କ ମନମାନୀ ସହ ଜିଲ୍ଲା ଶିକ୍ଷା ବିଭାଗର ଅବହେଳା ଯୋଗୁଁ ଏହି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏହି ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ପାଇନାହାନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର 22 ଟି ବ୍ଲକ ମଧ୍ୟରୁ ଏହି ସୁବିଧା ଗୋଟିଏ କିମ୍ବା ଦୁଇଟି ବ୍ଲକ ହାସଲ କରିଥିବା ବେଳେ ଆଉ ବଳକା ସମସ୍ତ ବ୍ଲକ ଏହି ସୁବିଧା ଦୀର୍ଘ 3 ହେବ ପାଇବାରୁ ବଞ୍ଚିତ ହୋଇଛନ୍ତି l ଗଞ୍ଜାମ ଜିଲ୍ଲାର ସମସ୍ତ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ଏହି ସୁବିଧା ହାସଲ କରିଥିବା ବେଳେ 2008 ମସିହାରେ ନିୟମିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ଏଥିରୁ ବାଦ ପଡିଛନ୍ତି l ବାରମ୍ବାର ସମସ୍ତ ବ୍ଲକରୁ ଅଭିଯୋଗ କରାଯାଇଥିଲେ ବି ଶିକ୍ଷା ବିଭାଗ ନିଦରେ ଶୋଇଛି l ସେପଟେ ଆର୍ଥିକ ପ୍ରୋତ୍ସାହନ ସହ ବରିଷ୍ଠତାରୁ ବାଦ ପଡ଼ିଥିବା ଏହି ବର୍ଗର ଶିକ୍ଷକମାନେ ସେମାନଙ୍କୁ ତୁରନ୍ତ ଏମ ଏ ସି ପି ପ୍ରଦାନ କରିବାକୁ ଦାବୀ କରିବା ସହ ଯେଉଁମାନେ 10 ବର୍ଷ ପୂରଣ କରି ସାରିଛନ୍ତି, ସମସ୍ତଙ୍କୁ ଏହି ପ୍ରୋତ୍ସାହନ ଦିଆନଗଲେ ଆନ୍ଦୋଳନ କରାଯିବା ସକାଶେ ସେମାନେ ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here