କୁଷ୍ଠରୋଗୀ ଙ୍କୁ ସହାୟତା

0
374

ଭଞ୍ଜନଗର(ନିଲୁ ବିଷୋୟୀ) 1986 ମସିହାରେ ଭଞ୍ଜନଗର ରେ ସ୍ଥାପିତ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ଆଶ୍ରମ ଦ୍ୱାରା କୁଷ୍ଠରୋଗୀ ଥଇଥାନ କେନ୍ଦ୍ର ଠାରେ ଆଜି ସ୍ୱାମୀ କୃପାଲୁ ମହାରାଜ ଙ୍କ ଜନ୍ମ ଦିନ ଓ କୁମାର ପୂର୍ଣ୍ଣିମା ଅବସରରେ କେନ୍ଦ୍ରର 20 ଟି ପରିବାରକୁ ଗାମୁଛା, ମଗ, ସାବୁନ ଓ ବିସ୍କୁଟ ବିତରଣ କରାଯାଇଛି। ଏହା ସହିତ କରୋନା ସଚେତନା ର ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବନକର୍ମଚାରୀ ତଥା ସ୍ବେଛାସେବୀ ଶ୍ରୀ ଶୂଳପାଣି ଶତପଥୀ, ସରକାରୀ ଓକିଲ ଦିବାକର ନାୟକ, ସ୍ଵ।ତୀ ସ୍ବେଛାସେବୀ ଅନୁଷ୍ଠାନର କର୍ମୀ ଅଜିତ ପଣ୍ଡା, ଧରିତ୍ରୀ ପ୍ରତିନିଧି ବାବୁଲା ପ୍ରଧାନ, ପ୍ରମେୟ ଜିଲ୍ଲା ପ୍ରତିନିଧି ଲୋକନାଥ କର, ସ୍ବେଛାସେବୀ ଶ୍ରୀ ଅରୁଣ କୁମାର ପାଣିଗ୍ରାହୀ ଓ ପଞ୍ଚାନନ ପାଳ ପ୍ରମୁଖ ଯୋଗଦେଇ ସେମାନଙ୍କର ସହଯୋଗ ଓ ସହାୟତା ପ୍ରଦାନ କରିଥିଲେ । ଆଗାମୀ ଦିନରେ ସ୍ବେଛାସେବୀ ଓ ସ୍ଵ।ତୀ ସଂସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here