ଦୁଇ ଜୁଆ ଆଡ୍ଡାରେ ଚଢ଼ାଉ; ୧୬ ଜୁଆଡି ଗିରଫ

0
440

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ରାତି ପାହିଲେ କୁମାର ପୂର୍ଣ୍ଣମୀ I ଏହିଭଳି ସମୟରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜୁଆ ଖେଳ ପୋଲିସ୍ ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି I ଗତ କାଲି ସନ୍ଧ୍ୟାରେ ଗାଙ୍ଗପୁର ପୋଲିସ୍ ପାଟ୍ରୋଲିଂ କରୁ୍ଥିବା ସମୟରେ ଏହି ଥାନା ଅନ୍ତର୍ଗତ ମଶାଣିଭାଗ ଏବଂ ଖଣ୍ଡରାବଳୀ ଗ୍ରାମରେ ଚାଲିଥିବା ଦୁଇ ଜୁଆ ଆଡ୍ଡା ଉପରେ ଚଢାଉ କରି ଉଭୟ ଜୁଆ ଆଡ୍ଡାରୁ ମୋଟ 27,120 ଟଙ୍କା ସହ ଦଶଟି ମୋବାଇଲ୍ ଏବଂ ତାସ ଜବତ କରିବା ସହ 16 ଜୁଆଡିଙ୍କୁ ଗିରଫ କରିଛି I ମଶାଣିଭାଗରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ପୋଲିସ୍ ଛଅ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 8220 ଟଙ୍କା ସହିତ ଗୋଟିଏ ମୋବାଇଲ୍ ଏବଂ ତାସ୍ ଜବତ କରିଥିଲା ବେଳେ ଖଣ୍ଡରାବଳୀ ଗ୍ରାମର ଜୁଆ ଆଡ୍ଡାରୁ ଦଶ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ 18,900 ଟଙ୍କା ସହ ନଅଟି ମୋବାଇଲ୍ ଏବଂ ତାସ୍ ଜବତ କରିଥିବା ସୂଚନା ମିଳିଛି I ସମସ୍ତ ଜୁଆଡ଼ିଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ କେସ୍ ନମ୍ବର୍ 309/20 ଏବଂ 310/20ରେ ଦୁଇଟି ମାମଲା ରୁଜୁ କରିଥିବା ଥାନା ଅଧିକାରୀ ଧୀରେସ୍ କୁମାର ଦାସ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here