ରାଷ୍ଟ୍ରୀୟ ଏକତା ଦିବସରେ ଶପଥ ପାଠ

0
285

ବୁଗୁଡା(ଅନିଲ କୁମାର ମହାରଣା) ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଅକ୍ଟୋବର ୩୧ ତାରିଖ ଦିନ ବୁଗୁଡାର ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପାଳିତ ହୋଇ ଯାଇଛି। ଲୌହ ମାନବଙ୍କ ୧୪୫ ତମ ଜୟନ୍ତୀ ଉପଲକ୍ଷେ ଆମ ଦେଶର ଏକତା ସୁଦୃଢ଼ ରଖିବା ପାଇଁ ଶିକ୍ଷା ଅନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ। ନିଜ ବକ୍ତବ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପଦକ୍ଷେପ ଯୋଗୁଁ ବହୁ ଦେଶୀୟ ରାଜ୍ୟକୁ ଭାରତ ବର୍ଷରେ ମିଶାଇ ଏକତା ପ୍ରତିଷ୍ଠା କରି ଏକ ଶକ୍ତିଶାଳୀ ଭାରତ ରାଷ୍ଟ୍ର ଗଠନ କରି ପାରିଥିବା ପ୍ରକାଶ କରିଥିଲେ। ଏଥିସହିତ ସମସ୍ତେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here