ଦିଗପହଣ୍ଡି ପୋଲିସ ପକ୍ଷରୁ ପୃଥକ ସ୍ଥାନରୁ ୧୯ ଲିଟରରୁ ଉର୍ଦ୍ଧ୍ବ ଦେଶୀମଦ ଜବତ : ୩ ଗିରଫ

0
368

ଦିଗପହଣ୍ଡି(ନ୍ୟୁଜଏକ୍ସଟ୍ରା/ଉମା ଶଙ୍କର ପାଣିଗ୍ରାହୀ) ସମଗ୍ର ଦେଶ ତଥା ରାଜ୍ୟରେ ଲକଡାଉନ କଟକଣା ଜାରି ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନ ବିଭିନ୍ନ ଗ୍ରାମରେ ବେପାରୀ ମାନେ ଲକଡ଼ାଉନର ଫାଇଦା ଉଠାଇ ବେଆଇନ ଭାବେ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ପୃଥକ ସ୍ଥାନରୁ ୩ ଜଣଙ୍କୁ ଗିରଫ କରିଥିବା ସହ ସେମାନଙ୍କ ନିକଟରୁ ୧୯ ଲିଟରରୁ ଉର୍ଦ୍ଧ୍ବ ଦେଶୀମଦ ଜବତ କରିଥିବା ଜଣାପଡିଛି । ସୂଚନାନୁସାରେ , ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଲକଡାଉନ ସମୟରେ ପେଟ୍ରୋଲି କରୁଥିବା ସମୟରେ ପୃଥକ ସ୍ଥାନରେ ଅତର୍କିତ ଭାବରେ ଚଢ଼ାଉ କରି ମଳଭଣଜା ଗ୍ରାମର କେ . ମିଟୁ ଦୋରା ନିକଟରୁ ୭.୨୦୦ ଲିଟର , ବାସୁଦେବପୁର ପି . ଯୋଗିୟା ରେଡ୍ଡୀ ଠାରୁ ୬.୮୦୦ ଲିଟର ଏବଂ ଭୀଷ୍ମଗିରିର ଟୁନା ମହାନ୍ତିଙ୍କ ନିକଟରୁ ୫.୨୦୦ ଲିଟର ମଦ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।ଏ ନେଇ ଦିଗପହଣ୍ଡି ଥାନା ପୃଥକ ମାମଲା ନଂ ୭୯/୮୦ ଓ ୮୧/୨୦୨୦ ଏବଂ ଲକଡାଉନ ଆଇନ ଉଲ୍ଲଂଘନ ଦଫା ୧୮୮/୨୬୯ /୨୭୦ ଆଇପିସି ସମେତ ଅବକାରୀ ଆଇନର ଧାରା ୫୨ (ପ) ଅନୁସାରେ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here