ଟିଭିଏସ ଶୋ ରୁମରୁ ଚୋରି

0
451

ହିଂଜିଲିକାଟୁ(ହିମାଂଶୁ ବେହେରା)ହିଂଜିଲିକାଟୁ ଥାନା ଅନ୍ତର୍ଗତ ବଇଞ୍ଚବଣିଆରେ ଥିବା ଭୁବନେଶ୍ୱରୀ ଟିଭିଏସ ଶୋ ରୁମରୁ 4.50ଲକ୍ଷ ଚୋରି। ଗତକାଲି ରାତିରେ ଶୋ ରୁମ ମାଲିକ ଶୋ ରୁମ ନ ଥିବାରୁ ଦୋକାନ ଷ୍ଟାଫ ଶୋ ରୁମ ବନ୍ଦ କରି ଯାଇଥିଲେ। କିନ୍ତୁ ସକାଳେ ଆସି ଦେଖିଲା ବେଳକୁ ଶୋ ରୁମର ତିନୋଟି କ୍ୟାଶ ପେଢ଼ିରୁ 4 ଲକ୍ଷ 50 ହଜାର ଟଙ୍କା ଗାୟବ ହୋଇଯାଇଛି। କ୍ୟାଶ ପେଢ଼ିକୁ ଭାଁଙ୍ଗି କିଛି ଦୁର୍ବୁର୍ତ୍ତ ଲୂଟ କରିନେଇଥିବା ଜଣାପଡିଛି। ଯାହାକି ସିସିଟିଭି ଫୂଟେଜରେ ରେକର୍ଡ ହୋଇଛି। ରାତି ପ୍ରାୟ12 ଟା ବେଳେ ଦୁର୍ବୁର୍ତ୍ତ ମାନେ ଶୋ ରୁମର ଗୋଟିଏ ଗେଟର ତାଲା ଭାଙ୍ଗି ଶୋ ରୁମ ଭିତରେ ପଶିଥିଲେ ଓ ଶୋ ରୁମ ଭିତର ତିନିଟି କ୍ୟାଶ ପେଢ଼ି ଭାଙ୍ଗି ଟଙ୍କା ଲୂଟି ନେଇଥିବା ଜଣାପଡିଛି। ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here