ବାଲୁକା ଶିଳ୍ପୀ ସତ୍ୟ ଗଢିଲେ ବିଶ୍ୱର କ୍ଷୁଦ୍ରତ୍ତମ ମା’ଦୁର୍ଗାଙ୍କ ମୂର୍ତ୍ତି

0
284

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଏହି ବର୍ଷ ପ୍ରତ୍ୟେକ ପୂଜାପର୍ବ କରୋନା ମହାମାରୀ ଯୋଗୁଁ ଫିକା ପଡିଛି । ତଥାପି ଆମେ ନିଜ ନିଜ ଘରେ ଦୁର୍ଗା ମା’ଙ୍କ ପୂଜା କରି ଏହି ପ୍ରାର୍ଥନା କରିବା ଯେ କିଭଳି ଏହି ମହାମାରୀ ସାରା ବିଶ୍ବରୁ ଲୋପ ପାଇବ । ସରକାରଙ୍କ ନିର୍ଦ୍ଦେଶ ମାନି ଦଶହରା ପୂଜା ଘରେ କରିବା। ମୂର୍ତ୍ତିର ଆକାର ଭେଦ ମନରେ ନ ରଖି ନିର୍ମଳ ମନରେ ଭକ୍ତି ସହକାରେ ପୂଜା କରିବା ମା’ଦୁର୍ଗାଙ୍କୁ । ଏହି ଦଶହରାରେ ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ତିଆରି କରିଛନ୍ତି ମାଟି ବ୍ୟତୀତ କାଠ, ପଥର, ଚକ ଓ ପେନ୍ସିଲରେ ଛୋଟିଆ ଛୋଟିଆ ଦୁର୍ଗା ମୂର୍ତ୍ତି । ଏହି ସବୁ ଛୋଟ ପଥର ମୂର୍ତ୍ତିର ଉଚ୍ଚତା ୧.୩ ସେମି,କାଠ ମୂର୍ତ୍ତିର ଉଚ୍ଚତା ୧.୩ ସେମି,ଚକ୍ ମୂର୍ତ୍ତିର ଉଚ୍ଚତା ୧ସେମି,ପେନ୍ ସିଲ୍ରରେ ତିଆରି ମୂର୍ତ୍ତିର ଉଚ୍ଚତା ୩ମିମି । ଏହି ସବୁ ମୂର୍ତ୍ତି ଗଢି ସେ ବିଶ୍ଵ ରେକର୍ଡ ସୃଷ୍ଟି କରିଛନ୍ତି । ଏଥିରୁ ଜନସାଧାରଣ ପ୍ରେରିତ ହୋଇ ଘରେ ରହି ଭକ୍ତି ସହକାରେ ଜଗଦଜନନୀ ମା’ଙ୍କ ଆରାଧନା କରିବା ଉଚିତ ।

LEAVE A REPLY

Please enter your comment!
Please enter your name here