ଗଞ୍ଜମ ଜିଲ୍ଲାପାଳଙ୍କ ଆସ୍କାର ବନ୍ୟା ବିପନ୍ନ ଆଶଙ୍କା ଥିବା ବିଭିନ୍ନ ତଳୁଆ ଅଞ୍ଚଳର ପରିଦର୍ଶନ ।

0
345

ଆସ୍କା(ଜଗନ ପଣ୍ଡା) ସାମ୍ଭାବ୍ୟ ବର୍ଷାକୁ ଆଖିରେ ରଖି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଆସିକାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି।ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଗାମୀ ୧୯ ତାରିଖରୁ ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ପରେ, ତତ୍ପରତା ପ୍ରକାଶ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଗତ କିଛିଦିନ ଧରି ଲଗାଣ ବର୍ଷାରେ ଆସିକା ଅଞ୍ଚଳରେ ବିଭିନ୍ନ ସମସ୍ୟା ଦେଖାଯିବା ସହ ବହୁ ଚାଷଜମି ନଷ୍ଟ ହୋଇଥିବା ଜଣାପଡ଼ିଛି। ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ବର୍ତମାନ ଜିଲ୍ଲା ପ୍ରଶାସନ ଚିନ୍ତାରେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ସାହି ସାହି ବୁଲି ସତର୍କ ସୂଚନା ପ୍ରଦାନ କରିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ କୁହାଯାଇଛି।ସମ୍ଭାବ୍ୟ ବନ୍ୟାକୁ ଆଖିରେ ରଖି ଆସିକାକୁ ଗଞ୍ଜମ ଜିଲ୍ଲାପାଳଙ୍କ ବିଜୟ ଅମ୍ବୃତାକୁଲାଙ୍ଗେ ଦୃଢ଼ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ଜିଲ୍ଲାପାଳଙ୍କ ଏହି ଗ୍ରସ୍ତ ସମୟରେ ବିଡ଼ିଓ ରୋଶନ ଶତପଥୀ, ଆସିକା ତହସିଲଦାର ସଦାନନ୍ଦ ସେଠି, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଆସିକା କାର୍ଯ୍ୟ ନିର୍ବାହିଅଧିକାରି ଉପସ୍ଥିତ ରହି ଆସିକା ବ୍କକର ବିଭିନ୍ନ ସ୍ଥାନକୁ ଭ୍ରମଣ କରି ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here