ସମ୍ଭାବ୍ୟ ବନ୍ୟା ପାଇଁ ସତର୍କ ସୂଚନା ଘୋଷଣା କଲା ଭଞ୍ଜନଗର ଏନ.ଏ. ସି ; ଛଡ଼ାଗଲା ଜଳ ଭଣ୍ଡାର ପାଣି

0
756

ଭଞ୍ଜନଗର(ନିଲୁ ବିଷୋୟୀ ) ଭାରତୀୟ ପାଣିପାଗ ବିଭାଗର ସୂଚନା ପ୍ରକାରେ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ସମ୍ଭାବ୍ୟ ବନ୍ୟାର ମୁକାବିଲା ଭଞ୍ଜନଗର ଏନ.ଏ. ସି ପକ୍ଷରୁ ଆଜି ସହରର ଲୋହରାଖଣ୍ଡି ନଦୀ କୂଳରେ ରହୁଥିବା ୱ।ଡ ନମ୍ବର ୫,୧୫,୭,୮,୯ ନଈ କୂଳିଆ ଲୋକ ମାନଙ୍କୁ ସତର୍କ ରହିବା ସହ ନିଜ ନିଜର ଗୃହ ପାଳିତ ପଶୁ ମାନଙ୍କୁ ବାହାରକୁ ନ ଛାଡିବାକୁ କୁହାଯାଇଛି। ଏଥି ସହିତ ପ୍ରଶାସନ କୁ ସହଯୋଗ କରିବାକୁ ଏନ . ଏ .ସି ପକ୍ଷରୁ ଆଜି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ଅପରପକ୍ଷରେ ସମ୍ଭାବ୍ୟ ଲଘୁଚାପ ଫଳରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳ ସମ୍ପଦ ବିଭାଜନ ଅଧିନରେ ଥିବା ଭଞ୍ଜନଗର, ସୋରଡା, ଡହ ଓ ବାଘୁଆ ଜଳଭଣ୍ଡାରରୁ ଜଳ ଧାରଣ କ୍ଷମତା ଠାରୁ ୭୫ ପ୍ରତିଶତକୁ କମାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଳ ଭଣ୍ଡାରର ପାଣିକୁ ବିଭିନ୍ନ କେନାଲ ଓ ସ୍ପିଲ୍‌ୱେ ମାଧ୍ୟମରେ ନଦୀ ଗୁଡିକୁ ଛଡାଯାଉଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here