ବାଘୁଆ ଜଳଭଣ୍ଡାର ସହକାରୀ ନିର୍ବାହୀ ଯନ୍ତ୍ରୀ ଦେଲେ ସତର୍କ ସୂଚନା

0
316

ବୁଗୁଡା(ଅନିଲ କୁମାର ମହାରଣା) ବାଘୁଆ ଜଳସେଚନ ଉପ ପ୍ରଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ବିଷ୍ଣୁ ଚରଣ ସାହୁ ବାଘୁଆ ଜଳଭଣ୍ଡାରର ତଳ ଭାଗରେ ବାଘୁଆ ନଦୀ କୂଳରେ ଥିବା ଗ୍ରାମବାସୀ ମାନଙ୍କୁ ନଦୀ ନାଳ ମଧ୍ୟକୁ ନଯିବାକୁ ସତର୍କ ସୂଚନା ଘୋଷଣା କରିଛନ୍ତି। ଅକ୍ଟୋବର ୧୯ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଏହି ସମୟ ମଧ୍ୟରେ ବାଘୁଆ ଜଳଭଣ୍ଡାରର ଜଳ ପତ୍ତନ ବୃଦ୍ଧି ଘଟିଲେ ନଦୀ ଗର୍ଭକୁ ଯେକୌଣସି ସମୟରେ ଜଳ ଛଡା ଯାଇପାରେ। ଏଥିପାଇଁ ବାଘୁଆ ଜଳ ଭଣ୍ଡାରର ତଳ ଭାଗରେ ବାଘୁଆ ନଦୀ କୂଳରେ ଥିବା ଗ୍ରାମବାସୀ ମାନେ ନଦୀ ନାଳକୁ ନଯିବା ସହ ଗୃହ ପାଳିତ ପଶୁ ମାନଙ୍କୁ ମଧ୍ୟ ନଦୀ ନାଳ ମଧ୍ୟକୁ ନଛାଡିବା ପାଇଁ ସତର୍କ କରାଯାଇଛି। ଏହି ବିଷୟ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାହୁ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ,ଆସିକା ବିଧାୟିକା ମଞ୍ଜୁଲତା ସ୍ଵାଇଁ ଓ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ସମେତ ବାଘୁଆ ନଦୀ କୂଳର ଅଞ୍ଚଳ
ବିଡ଼ିଓ ଓ ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀ ଓ ବୃନ୍ଦଙ୍କୁ ଅବଗତି କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନା ନଦୀ କୂଳରେ ଥିବା ଗ୍ରାମ ପଞ୍ଚାୟତ ଭାଗବାନପୁର, ତାକରଡ଼ା, ବି.କରଡ଼ାବାଡ଼ି, ବିରଞ୍ଚିପୁର, ଭାମଶ୍ୟାଳି,ଓ ଗୋଲିଆ ପାଞ୍ଚାୟତର ଜନସାଧାରଣଙ୍କୁ ସତର୍କ ରହିବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here