ମନ୍ଦିର ଜମି ବିକ୍ରିକୁ ନେଇ ଅସନ୍ତୋଷ

0
270

ହିଂଜିଲିକାଟୁ(ହିମାଂଶୁ ବେହେରା) ହିଞ୍ଜିଳି ଗ୍ରାମର ରାଧାକୃଷ୍ଣ ମନ୍ଦିରର ପ୍ରାୟ ୮ ଏକର ଜମି ବିକ୍ରି ଘଟଣା ରେ ଧୀରେ ଧୀରେ ନୂଆ ମୋଡ଼ ସୃଷ୍ଟି ହୋଇଛି।ଗ୍ରାମର ଗୋଟିଏ ଗୋଷ୍ଠୀ ବିକ୍ରିକୁ ବିରୋଧ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ବିକ୍ରିକୁ ସମର୍ଥନ କରୁଥିବା ନଜର ରହିଥିଲା। ବର୍ତ୍ତମାନ ହାଇକୋର୍ଟ ଏହି ଜମି ବିକ୍ରିକୁ ଅବୈଧ ଘୋଷଣା କରି ଆଇନ୍ ମନ୍ତ୍ରୀଙ୍କ ଆଦେଶକୁ ରଦ୍ଦ କରିଛନ୍ତି।ଏଠାରେ ପ୍ରଶ୍ନ ଉଠିଛି ସବୁ ଆଇନ୍ ଅନୁସାରେ ଠିକଠାକ ରେ ବିକ୍ରି ହୋଇଛି ନା ତଳସ୍ତର ଠାରୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତଙ୍କୁ ସନ୍ତୁଷ୍ଟ କରି ବିଭିନ୍ନ ଅସତ ଉପାୟ ଆପଣାଇ ଜାଲିଆତି କରି ଜମି ବିକ୍ରି କରାଯାଇଛି ତାହା ଆଗାମୀ ଦିନରେ ସବୁ କିଛି ସ୍ପଷ୍ଟ ହେବ।ତେବେ ମନ୍ଦିର ଟ୍ରଷ୍ଟି ପକ୍ଷରୁ ଗତ ସେପ୍ଟେମ୍ବର ମାସରେ ପ୍ରାୟ ୮ଏକର ଜମିକୁ ବଜାର ଦର୍ ଠାରୁ କମ୍ ମୂଲ୍ୟ ୧କୋଟି୪୦ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରି ସରକାରୀ ନିୟମ ଭଙ୍ଗ କରିଥିବା ନେଇ ପ୍ରଥମେ ଗ୍ରାମବାସୀ ଏହାକୁ ବିରୋଧ କରିବା ପରେ ରେଜିଷ୍ଟେସନ ବନ୍ଦ ହୋଇ ରହିଥିବା ବେଳେ ହିଞ୍ଜିଳିକାଟୁ ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ସୁନିଲ କୁମାର ସାହୁଙ୍କ ଧର୍ମପତ୍ନୀ ରିତାଞ୍ଜଳି ସାହୁ ନାମକ ଜଣେ ଶ୍ରଦ୍ଧାଳୁ ନିମ୍ନ ମୂଲ୍ୟରେ ଜମି ବିକ୍ରି ଆପତି କରି ଅଭିଯୋଗ ଆଣିଥିଲେ। ସେ ନିଲାମ ମାଧ୍ୟମ ରେ ସେ ୫କୋଟି ଟଙ୍କାରେ କିଣିବା ପାଇଁ ମଧ୍ୟ ଆବେଦନ କରି ହାଇକୋର୍ଟ ରେ ଏକ ରିଟ୍ ପିଟିସନ ଦାୟର କରିଥିଲେ। ପୂର୍ବରୁ ଜମି ବିକ୍ରି ପାଇଁ ଦେବୋତ୍ତର କମିଶନର ଅତିରିକ୍ତ ଆସିଷ୍ଟାଣ୍ଡ କମିଶନରଙ୍କ ଉପସ୍ଥିତି ଏକର ପିଛା ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ କରି ପ୍ରମୁଖ ଓଡ଼ିଆ, ଇଂରାଜୀ ଖବର କାଗଜ ରେ ନିଲାମ ପାଇଁ ବିଜ୍ଞାପନ ପ୍ରକାଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବର୍ତ୍ତମାନର ଟ୍ରଷ୍ଟି କୌଣସି ନିୟମକୁ ପାଳନ ନକରିବା ପାଇଁ ଆଇନ୍ ବିଭାଗରେ ଆବେଦନ କରିଥିଲେ।ଆଇନ୍ ବିଭାଗ ଏହାକୁ ଗ୍ରହଣ କରି ଦେବୋତ୍ତର କମିଶନରଙ୍କ ଆଦେଶକୁ ବଦଳାଇ ଜମିର ଦର ଏକର ପିଛା ୧୫ ଲକ୍ଷ ଟଙ୍କା କରିବା ସହ ପତ୍ର ପତ୍ରିକା ବଦଳେ ରେ ଧେଣ୍ଡାର ମାଧ୍ୟମରେ ନିଲାମ ପ୍ରଚାର କରିଥିଲେ । ଅତିରିକ୍ତ ଆସିଷ୍ଟାଣ୍ଡ କମିଶନରଙ୍କ ବଦଳେ ଦେବୋତ୍ତର ନୀରିକ୍ଷକଙ୍କ ଉପସ୍ଥିତି ରେ ନିଲାମ ହୋଇଥିବା ଅଭିଯୋଗ ରେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏହି ମକଦ୍ଦମା ମାମଲା ରେ ଉଚ୍ଚନ୍ୟାୟାଳୟ ଆଇନ୍ ମନ୍ତ୍ରୀଙ୍କ ଆଦେଶକୁ ରଦ୍ଦ କରିବା ସହ ଦେବୋତ୍ତର ଆୟୁକ୍ତ ଆଦେଶକୁ କାଏମ ରଖି ବିଭାଗର ରହିଥିବା ସର୍ତ୍ତ ଅନୁସାରେ ଏକର ପିଛା ୭୦ ଲକ୍ଷ ଟଙ୍କା ଧାର୍ଯ୍ୟ ଦରରେ ବହୁଳ ପ୍ରଚାର କରି ୨ ମାସ ମଧ୍ୟ ରେ ନିଲାମ ପ୍ରକ୍ରିୟା ସାରିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।ବର୍ତ୍ତମାନ ଦେଖାଦେଇଥିବା ନୂଆ ମୋଡ଼ ଆଗାମୀ ଦିନରେ କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here