୧୩ ଦିନ ହେଲା ନିଖୋଜ ଥିବା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର

0
290

ଆସ୍କା(ଜଗନ ପଣ୍ଡା)ଦୀର୍ଘ ତେର ଦିନ ହେଲା ନିଖୋଥିବା ଭଞ୍ଜନଗର ବ୍ଲକ ଅଧିନସ୍ଥ ତିଳିସିଙ୍ଗି ଗ୍ରାମର ସାମ ପୋଲାଇଙ୍କ (ବୟସ-୬୦ ରୁ ଉର୍ଦ୍ଧ) ଗଳିତ ଶରୀର ଆଜି ଆସିକା ପୋଲିସ ବଡ଼ନଦୀରୁ ଉଦ୍ଧାର କରିଛି।ସୂଚନା ଥାଉକି ସାମ ପୋଲାଇ ଆଜିକୁ ତେର ଦିନ ତଳେ ନଦୀକୁ ସନ୍ଧ୍ୟାରେ ଗାଧେଇ ଆସିଥିବା ବେଳେ ଚପଲ ଭାସି ଯିବାରୁ ସେ ଚପଲ ଆଣିବାକୁ ଯାଇ ନଦୀର ସୁଅରେ ପଡିଯାଇଥିଲେ ଫଳରେ ତାଙ୍କ ପରିବାର ନଦୀର ବିଭିନ୍ନ ସ୍ଥାନରେ ଖୋଜିଥିଲେ ମଧ୍ୟ ପାଇଁ ନଥିଲେ। ହେଲେ ଗତ କାଲିର ଲଘୁଚାପ ଜନିତ ଲଗାଣ ବର୍ଷାରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେହି ବନ୍ୟା ଜଳରେ ତାଙ୍କ ଗଳିତ ଶରୀର ଭାସିଆସି ଆସିକା ବଡ଼ ଶଙ୍ଖଠାରେ ଲାଗିଥିଲା।ନଦୀରେ ଭାସୁଥିବା ଗଳିତ ଶବଟିକୁ ପ୍ରଥମେ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ପରେ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ସାମ ପୋଲାଇଙ୍କ ଗଳିତ ଶବକୁ ଉଦ୍ଧାର କରିବା ସହ କେସ୍ ନମ୍ବର-21/20 ରେ ଏକ ମାମଲା ରୁଜୁ କରି ସବ ବ୍ୟବଚ୍ଛେଦ ପାଇଁ ପଠାଇଛି।

LEAVE A REPLY

Please enter your comment!
Please enter your name here