ଭାସିଗଲା ପୋଲ ; ୧୫ ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

0
578

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଗଂଜାମ ଜିଲ୍ଲା ସୋରଡ଼ା ବ୍ଲକ ରେ ଅତ୍ୟଧିକ ବର୍ଷା ହେବା ଯୋଗୁଁ ଭାସି ଯାଇଛି ଏକ ପୋଲ। ଫଳରେ ୧୫ ରୁ ଉର୍ଦ୍ଧ୍ଵ ଖଣ୍ଡ ଗାଁ ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି।ସୋରଡ଼ା ବ୍ଲକ ବରଦା ପଂଚାୟତ ନିକଟ ଗୋକୁଳପୁର ଠାରୁ ଖାରିଗୁଡା ଗାଁ କୁ ସଂଯୋଗ କରୁଥିବା ପୋଲଟି ଲଗାଣ ବର୍ଷାର ବନ୍ୟାଜଳ ରେ ଭାସିଯାଇଛି।ଯାହା ଫଳରେ ୧୫ ଖଣ୍ଡର ଗାଁ ଲୋକେ ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛନ୍ତି। ପୋଲ ଭାସି ଯାଇଥିବାରୁ ଜୀବନ କୁ ବାଜି ଲଗାଇ ଲୋକେ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି । ତଳେ ପଡିରହିଥିବା ଏକ ଗଛର ଗଣ୍ଡି ଉପରେ ଲୋକେ ଜୀବନ କୁ ବାଜି ଲଗାଇ ନଦୀ ପାର ହେଉଛନ୍ତି । ଦୁଇଦିନ ଧରି ବର୍ଷାର ପ୍ରଭାବରେ ଗତକାଲି ସକାଳୁ ପୋଲଟି ଭାସି ଯାଇଛି।ଯାହା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗମନାଗମନ ବ୍ୟାଘାତ ହେବା ଫଳରେ ବଜାର,ମେଡିକାଲ,ରୋଗୀ ସେବା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି ସ୍ଥାନୀୟ ଜନସାଧାରଣ।ସେପଟେ ବ୍ରିଜ ଭାସି ଯିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଗ୍ରାମବାସୀ କହିଛନ୍ତି।କିନ୍ତୁ ବର୍ତ୍ତମାନ ସୋରଡା ବ୍ଲକ ଓ ତହସିଲ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥତି ଅନୁଧ୍ୟାନ କରୁଛନ୍ତି।

LEAVE A REPLY

Please enter your comment!
Please enter your name here