ଭେଜିପୁଟ ରେ ଆମ ପୋଲିସ ସମିତି ବୈଠକ

0
199

ଭଞ୍ଜନଗର : ଭଞ୍ଜନଗର ସ୍ଥିତ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଭଞ୍ଜନଗର ଥାନା ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ଧୀରେଶ କୁମାର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର,ପ୍ରାକ୍ତନ କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଡ. ପୂର୍ଣଚନ୍ଦ୍ର ତ୍ରିପାଠୀ, ଶିକ୍ଷକ ନେତା ଜଗବନ୍ଧୁ ଜେନା, ବିଦ୍ୟାଭାରତୀ ନାୟକ, ଯୁବ ସଂଗଠକ ଦିଲ୍ଲୀପ ଦାସ ମଂଚାସୀନ ଥିଲେ।ବିଶେଷ କରି ଗୁଣି ଗାରେଡି, ଅନ୍ଧ ବିଶ୍ୱାସ,ଅନଲାଇନ ଠକେଇ, ଅସାମାଜିକ କାଯ୍ୟକଳାପ, ନାବାଳିକା ବିବାହ,ଘରୋଇ ହିଂସା ଆଦି ରୋକିବା ଉପରେ ଉପସ୍ଥିତ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମ କୁ ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜୀ ସଂଯୋଜନା କରିଥିଲେ l ଏଥିରେ ଭେଜିପୁଟ ଗ୍ରାମବାସୀଙ୍କ ସମେତ ଆମ ପୋଲିସ ସମିତିର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ପୋଲିସ କର୍ମଚାରୀ ସହଯୋଗ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here