ଉଦଘାଟନ ପୂର୍ବରୁ ପ୍ରସ୍ତୁତି ତଦାରଖ କଲେ ଜିଲ୍ଳାପାଳ ,ହିଞ୍ଜିଳିକାଟୁ ଦେୱାନୀ ଓ ଫୌଜଦାରୀ ଅଦାଲତର ନୂତନ କୋଠା

0
338

ହିଂଜିଳିକାଟୁ(ହିମାଂଶୁ ବେହେରା) ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳି ଜେଏମଏଫସି ନୂତନ କୋଠା ତଦାରଖ କରିଛନ୍ତି ।ଆସନ୍ତା ୮ ତାରିଖରେ ଅପରାହ୍ନ ୫ ଟା ସମୟରେ ନୂତନ କୋଠାକୁ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ଉଦଘାଟନ କରିବେ । ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ହିଂଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର,କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ .ମନୋରଞ୍ଜନ ସାହୁ,ଜିଲ୍ଲା କୋର୍ଟ ରେଜିଷ୍ଟାର ଅମିତ ସୌରଭ କୁମାର ସେଠା, ଜେଏମଏଫସି ବିଚାରପତି ରାଜଶ୍ରୀ ପଟ୍ଟନାୟକ,ତହସିଲଦାର ପ୍ରଭାତ ପରିଡ଼ା ଓ ଓକିଲ ସଂଘ ସଭାପତି ଦ୍ବିତୀକୃଷ୍ଣ ସାବତ ଜିତେନ୍ ପ୍ରହରାଜ ମୁକ୍ତିରମ ସାବତ ଜଗତ ମୋହନ ସାହୁ ସାନ୍ତୁନ ପୋଲାଇ ନିରଞ୍ଜନ ସାହୁ ସମେତ ଓକିଲ ସଙ୍ଘ ର ସଦସ୍ୟ ମାନେ  ଉପସ୍ଥିତ ଥିଲେ ।ପରେ ଜିଲ୍ଳାପାଳ ଏମଏଫସି ଓ ଏମସିସି ବୁଲି କଠିନ ବର୍ଜ୍ୟବସ୍ତୁ ପରିଚାଳନା ବିଷୟରେ ବୁଲି ଦେଖିଥିଲେ ।ହିଂଜିଳି ବ୍ଲକରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ପ୍ରସ୍ତୁତି ବିଷୟରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here