ମସିଆଖାଲି ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
238

କୁକୁଡ଼ାଖଣ୍ଡି:ମସିଆଖାଲି ଉଚ୍ଚ ପ୍ରାଥମିକ ସ୍କୁଲ ପ୍ରାଙ୍ଗଣରେ ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମର ବରିଷ୍ଠ ବ୍ୟକ୍ତିଙ୍କୁ ନେଇ ବିଦ୍ୟାଳୟର ଶତବାର୍ଷକୀ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକଟିକୁ ଏସଏମସି ଅଧକ୍ଷ ଶ୍ରୀ ଘନଶ୍ୟାମ ନନ୍ଦ ଉଦଘାଟନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଗଗନ ବିହାରୀ ବେହେରା ପରିଚାଳନା କରିଥିଲେ ।ଉକ୍ତ ବୈଠକରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଉତ୍ସବଟିକୁ ସଫଳ ରୂପ ଦେବା ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ ।ସମସ୍ତଙ୍କ ସହମତି କ୍ରମେ ଏକ ଶତବାର୍ଷକି ସମାରୋହ କମିଟି ଗଠନ କରାଯାଇଥିଲା ।କମିଟି ଅଧକ୍ଷ ନରସିଂହ ସାହୁ,ସଭାପତି ଗୌତମ ମହାରଣା
ଉପ ସଭାପତି ଶିବରାମ ମହାରଣା ଓ କେ.ବୁଲୁ ପାତ୍ର,ସମ୍ପାଦକ ସୁନିଲ କୁମାର ନନ୍ଦ,ସହ ସମ୍ପାଦକ ସୁଧୀର କୁମାର ମହାରଣା,କୋଷାଧକ୍ଷ କାମନା ପ୍ରଧାନ,ସ୍ମାରକି ସମ୍ପାଦନା ମଣ୍ଡଳୀର ସୁଜାତା ମହାରଣା,ସୁନିଲ କୁମାର ମହାରଣା,ଏମ୍.ଲବ ପାତ୍ର,ସୋନାଲି ମହାରଣା,ବାଲାଜୀ ମହାରଣା ରମେଶ ମହାରଣା ,ସାଂସ୍କୃତିକ ସମ୍ପାଦକ ତ୍ରିଲୋଚନ ମହାରଣା ଶଙ୍କର ମହାରଣା,ଧନୁର୍ଧର ମହାରଣା,ରବୀନ୍ଦ୍ର ମହାରଣା,ଅଶ୍ୱିନୀ ପ୍ରଧାନ,ନାରାୟଣ ମହାରଣା,ଦୁଷ୍ମନ୍ତ ଦାସ,କୃଷ୍ଣ ନାୟକ,ମଙ୍ଗରାଜୂ ଦାସ,ଅନିଲ ଲେଙ୍କା,ସୁଦାମ ଜେନା,ଦଣ୍ଡପାଣି ମହାରଣା,ଗୋପାଳ ପାତ୍ର ଶରତ ସାହୁ କୃଷ୍ଣ ମହାରଣା ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।ଆସନ୍ତା ଡ଼ିସେମ୍ବର ମାସରେ ଉତ୍ସବ ପାଳନ କରାଯିବ ସହ ରାଜ୍ୟପାଳଙ୍କୁ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆମନ୍ତ୍ରଣ କରିବାକୁ ନିଷ୍ପତି ନିଆଗଲା l

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here