୬୦ ରୁ ଉର୍ଦ୍ଧ୍ବ ପରିବାର ବିଜେଡ଼ି ରେ ସାମିଲ

0
414

ପୋଲସରା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବାଘାଡି ଗ୍ରାମର ୬୦ ରୁ ଉର୍ଦ୍ଧ୍ବ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଥବା ଜଣାପଡିଛି। ଅକ୍ଟୋବର ୧୦ ତାରିଖ ଦିନ ବାଘାଡି ଗ୍ରାମର ରଙ୍କନିଧି ସାହୁଙ୍କ ନେତୃତ୍ୱରେ ୬୦ ରୁ ଉର୍ଦ୍ଧ୍ବ ପରିବାରର ମୁଖ୍ୟ ଅନ୍ୟ ଦଳ ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବିଧାୟକ ତଥା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଅଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେଡିର ସାମିଲ ହୋଇଥିବା ଜଣାପଡିଛି। ଏହି ମିଶ୍ରଣ ପର୍ବ ବାଘାଡି ଗ୍ରାମ ମଣ୍ଡପରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ ଓ ସମ୍ପାଦକ ଅଶୋକ ବିଷୋୟୀଙ୍କ ସମେତ ବହୁ ଦଳୀୟ କର୍ମୀ ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ରଙ୍କନିଧି ସାହୁ ବିଜେପିର ଜଣେ ଟାଣୁଆ ସଂଗଠକ ଥିବା ବେଳେ ବିଜେଡିର ସାମିଲ ହେବାଦ୍ୱାର ବିଜୁ ଜନତା ଦଳ ଆହୁରି ସୁଦୃଢ ହୋଇପାରିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here