ଖଲ୍ଲିକୋଟ ରାଣୀ ସାହେବାଙ୍କ ଜନ୍ମ ଦିବସ ଅବସରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ, ୯୯ ୟୁନିଟ୍ ରକ୍ତ ସଂଗ୍ରହ।

0
344

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଦୀର୍ଘ ପଚାଶ ବର୍ଷ ଧରି ଓଡ଼ିଶାର ରାଜନୀତି ରେ ନିଜର ଆଧିପତ୍ୟ ବଜାଇ ରଖିଥିବା ତଥା ଦଶ ଦଶ ଥର ବିଧାନସଭା କୁ ବିପୁଳ ଭୋଟ ରେ ବିଜୟୀ ହୋଇଥିବା ଜଣେ ଅପ୍ରତିଦ୍ବନ୍ଦି ରାଜନେତ୍ରୀ ହେଲେ ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓ । ପ୍ରତି ବର୍ଷ ଅଗଷ୍ଟ ମାସ ୫ ତାରିଖରେ ତାଙ୍କର ଜନ୍ମ ଦିନ ରେ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥାଏ କିନ୍ତୁ ଏହି ବର୍ଷ କୋବିଡ଼ ନିୟମ ପାଳନ କରିବା ବ୍ୟାପକ କଟକଣାକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ କୁ ସ୍ଥଗିତ କରାଯାଇଥିଲା ।
ଆଜି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣି ପଲ୍ଲୀ ଗ୍ରାମର ବାଗଦବୀ ଉଚ୍ଚ ବିଦ୍ୟାଳୟ ଠାରେ ରାଣୀ ମାଆ ଙ୍କ ୮୩ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ରକ୍ତ ଦାନ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକାଙ୍କ ପ୍ରତିନିଧି ତଥା ଯୁବ ନେତା ଶ୍ରୀ ଦୈତାରୀ ବେହେରାଙ୍କ ତତ୍ବାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ଜୀବନ ବିନ୍ଦୁ ସଂଯୋଜକ ସୁବାସ ମହାରଣା, ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣି ଵୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ବ୍ଲକ ଅଧକ୍ଷା ମିନାକ୍ଷୀ ସାହୁ,ଓଡିଶା”ମୋ ପରିବାର”ର ରାଜ୍ୟ ଆବାହକ ଅରୁପ ପଟ୍ଟନାୟକ, ଗଂଜାମ ଜିଲ୍ଲା ବିଜେଡି ସମ୍ପାଦକ ଜଗନ୍ନାଥ ସାବତ, ପୁର୍ବତନ ନଗରପାଳ ରାମ ମୋହନ ପଣ୍ଡାଙ୍କ ସମେତ ବିଜୁ ଯୁବ ବାହିନୀର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାକୃତ ଭାବେ ବହୁ ଯୁବ ଗୋଷ୍ଠୀ ରକ୍ତ ଦାନ କରିଥିବା ବେଳେ  ୯୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here