ଜୁଆ ଆଡା ଉପରେ ଚଢ଼ାଉ, ୫ ଜୁଆଡି ଗିରଫ

0
331

ଆସ୍କା(ଜଗନ ପଣ୍ଡା) ଆଗକୁ ଦଶହରା ପର୍ବ ଓ କୁମାର ପୁର୍ଣମୀ ଥିବାରୁ ବହୁ ଜାଗାରେ ଜୁଆ ଖେଳର ଆସର ଜମୁଛି | ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ପାଳକଷଣ୍ଢ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡା ଉପରେ ଚଢ଼ାଉ କରି 5 ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ 9ହଜାର 8ଟଙ୍କା ଓ 52 ପକେଟ ତାସ ଜବତ କରିଛି l ଗାଙ୍ଗପୁର ଥାନା ପୋଲିସ ର ଅତର୍କିତ ଚଢ଼ାଉରେ ଜୁଆଡ଼ି ଙ୍କ ସମେତ ନଗଦ ଟଙ୍କା ଓ ତାସ ଜବତ କରିବା ସହ କେସ ନଂ 291/2020 ରେ ମାମଲା ରୁଜୁ କରିଛି | ଗିରଫ ହୋଇଥିବା ଜୁଆଡି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ବିଶେଷ ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୋଲିସ ଦୁଇଟି ଜୁଆ ଆଡା ଉପରେ ଚଢ଼ାଉ କରି ଜୁଆଖେଳାଳିକୁ ଗିରଫ କରିବା ସହ ଆଗକୁ ପେଟ୍ରୋଲିଙ୍ଗ କଡାକଡି କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here