ବ୍ୟାଙ୍କ ସେବା ଜୁନ ମାସରେ ୧୧ ଦିନ ବନ୍ଦ ରହିପାରେ , ଆରବିଆଇ ଜାରି କଲା ସୂଚନା

0
564

ନୂଆଦିଲ୍ଲୀ:ଆରବିଆଇ ୱେବସାଇଟରେ ଉପଲବ୍ଧ ସୂଚନା ଅନୁଯାୟୀ, ଜୁନ୍ ମାସରେ ଦେଶର ବିଭିନ୍ନ ରାଜ୍ୟରେ ଥିବା ବ୍ୟାଙ୍କଗୁଡ଼ିକ ପାଇଁ ପାଞ୍ଚ ଦିନ ଛୁଟିଦିନ ଧାର୍ଯ୍ୟ କରାଯାଇଛି। ଏହି ସମସ୍ତ ଛୁଟି ଯଥାକ୍ରମେ ୫, ୧୫, ୧୮, ୨୩ ଏବଂ ୩୦ ରେ | ଯଦି ଏହି ଛୁଟିଗୁଡିକ ଜୁନ୍ ର ଶନିବାର ଏବଂ ରବିବାରରେ ଯୋଗ କରାଯାଏ, ତେବେ ଏହି ଛୁଟିଦିନଗୁଡ଼ିକର ସଂଖ୍ୟା ୧୧ ହୋଇଯିବ |ତେବେ ରାଜ୍ୟରେ ଅଲଗା ଛୁଟି ହେବ। ଉଦାହରଣ ସ୍ୱରୂପ, ଜୁନ୍ ୧୮ ଗୁରୁବାର ଦିନ ଗୁରୁ ହରଗୋବିନ୍ଦ ଜୟନ୍ତୀ ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ରଜ ସଙ୍କ୍ରାନ୍ତୀ ଓଡିଶାରେ ୧୫ ଜୁନ୍ ରେ ପାଳନ ହେବାର ଥିବାରୁ ଓଡିଶାରେ ମଧ୍ୟ ଏହି ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ | ଏହା ବ୍ୟତୀତ ୨୩ ଜୁନ୍ ରେ ଓଡ଼ିଶାରେ ରଥ ଯାତ୍ରା ମଧ୍ୟ ପାଳନ କରାଯିବ ।

LEAVE A REPLY

Please enter your comment!
Please enter your name here