ସ୍ୱାଧୀନତାର ୭୩ ବର୍ଷ ପରେବି ଗମନାଗମନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ‘ନିତ୍ୟାନନ୍ଦ ପଲ୍ଲୀ ‘

0
307

ବେଗୁନିଆପଡ଼ା(ଭଞ୍ଜ କିଶୋର ମହାରଣା) ଦେଶ ସ୍ୱାଧୀନତା ପାଇବାର ୭୩ ବର୍ଷ ପରେବି ଆଜି ଏମିତି ସ୍ଥାନ ରହିଛି ଯେଉଁଠି ବିକାଶ ଅପହଞ୍ଚ l ନା ଅଛି ଯାତାୟାତ ପାଇଁ ରାସ୍ତା, ନା ଅଛି ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା l ଦେହ ଖରାପ ହେଲେ ରୋଗୀ ପାଇଁ ଦୋଳl ହିଁ ଏକମାତ୍ର ଭରସା l ଏମିତି ଏକ ଗାଁ ରହିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଂଚାୟତର ନିତ୍ୟାନନ୍ଦ ପଲ୍ଲୀ ଗ୍ରାମ l ୮0 ବର୍ଷରୁ ଊର୍ଧ୍ଵ ଦିନ ହେଲା ଏଠାରେ ଜନବସତି ରହିଥିବା ବେଳେ ଏଠାରେ ଆଗରୁ 40 ପରିବାର ଲୋକ ବାସ କରୁଥିଲେ l ବର୍ତ୍ତମାନ ଏଠାରେ 10 ଟି ପରିବାର ବାସ କରୁଥିବା ବେଳେ କାଳକ୍ରମେ ଏଠାରୁ ଅନ୍ୟ ପରିବାର ଅନ୍ୟତ୍ର ସ୍ଥାନାନ୍ତର ହୋଇସାରିଛନ୍ତି l ଏହି ଗ୍ରାମକୁ ବୁଢାକୟାଆଁ ବିଲମାଳ ହୁଡ଼ା ରାସ୍ତାରେ ଗଲେ 4 କିମି ପଡ଼ିଥିବା ବେଳେ କାଳିମେଘି ଠାରୁ ରାସ୍ତାରେ ଗଲେ 3.5 କିମି ଦୂର ହେଉଥିବା ସହ ଜଗତl ନାଳ ପାର ହେବାକୁ ପଡେ ଓ ମଣିପୁର ରାସ୍ତାରେ ଗଲେ ଗଲେ ଛଅ କିମି ଦୂର ସହ ପୁରୁଣା ପାଣି ନାଳ ପାରି ହେବାକୁ ପଡେ l ସବୁ ଦିଗରୁ ବିଲମାଳ ଓ କାଦୁଅ ରାସ୍ତା l ଏହି ଗ୍ରାମ ଠାରୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାର କିମି ଦୂର ହୋଇଥିବା ବେଳେ ବେଗୁନିଆପଡା ବ୍ଲକ ଅଠର କିମି ଦୂର l ବର୍ଷା ଦିନେ ଏହି ବିଲମାଳିଆ ରାସ୍ତାର ଅବସ୍ଥା ଏତେ କଦର୍ଯ୍ୟଯେ ଘରେ ପହଂଚିବା ବେଳେ ଦେହ ସହ ପିନ୍ଧିଥିବା ବସ୍ତ୍ର କାଦୁଅ ହୋଇଯାଇଥାଏ l ଏହି ଦଶ ଘର ତଫସିଲ ଭୁକ୍ତ ଜାତି ସମ୍ପ୍ରଦାୟର ହୋଇଥିବା ସହ ଏମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସ୍ବପ୍ନ ପାଲଟି ଯାଇଛି l ଏହି ସ୍ଥାନକୁ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ ପାଦ ପଡ଼ିନଥିବା ବେଳେ ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ଙ୍କ ସମ୍ପୂର୍ଣ୍ଣ ସେବା ଏମାନେ ପାଇବାରେ ଅବ୍ୟବସ୍ଥା ଦେଖାଯାଇଛି l ଏହିଠାରେ ବାସ କରୁଥିବା ପିଲାଙ୍କ ପାଇଁ ଉଭୟ ଅଙ୍ଗନବାଡି ଓ ବିଦ୍ୟାଳୟ ଶିକ୍ଷା ଅପହଞ୍ଚ l ଏହି ଗ୍ରାମରୁ ଚାରି କିମି ରାସ୍ତା ଗଲେ ସେଠାରେ ଥିବା ମlରୁଡି ପଲ୍ଲୀ ଠାରେ ପ୍ରାଥମିକ ବିଦ୍ୟାଳୟ ଏବଂ ଚାକୁଣ୍ଡା ଝୋଳl ଠାରେ ଅଙ୍ଗନବାଡି କେନ୍ଦ୍ର ରହିଛି କିନ୍ତୁ ବିପଦ ସଂକୁଳ ରାସ୍ତା ଥିବା ଯୋଗୁଁ ପିଲାମାନେ ଏଠାକୁ ଯାଇପାରନ୍ତି ନାହିଁ l ପୋଲିଓ କାର୍ଯ୍ୟକ୍ରମରେ ପିଲାଙ୍କୁ ଧରି ମା ମାନେ ଦୂରରେ ଥିବା ଜlଗିଲି ପଦର କିମ୍ବା କାଳି ମେଘି ଗ୍ରାମକୁ ଆସି ଟୀକା ନେବାକୁ ପଡେ l ବର୍ଷା ଦିନ ହେଉ କି ଖରା ଦିନ ହେଉ ଯେ କୌଣସି ଲୋକ ରୋଗରେ ପଡି ଗୁରୁତର ହେଲେ ତାଙ୍କୁ ଦୋଳlରେ ଆଣିବାକୁ ପଡେ l ୮ ବର୍ଷ ପୂର୍ବେ ଏହି ଗ୍ରାମକୁ ବି ପି ଏଲ ଯୋଜନାରେ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ବିଦ୍ୟୁତ ସରବରlହ ବନ୍ଦ ହେଲେ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ l ସେହି ସମୟରେ ଦଶ ମିଟର ଲମ୍ବା ଏକ କଂକ୍ରିଟ ରାସ୍ତା ଗାଁ ଦାଣ୍ଡରେ ପଡ଼ିଥିବା ବେଳେ ତାହା ଏବେ ନଷ୍ଟ ହେବାକୁ ବସିଲାଣି l ପିଇବା ପାଣି ପାଇଁ ଆଗରୁ ଲୋକେ ଅତି ଗୁରୁତର ଅସୁବିଧା ଭୋଗ କରୁଥିବା ବେଳେ କିଛି ବର୍ଷ ପୂର୍ବେ ଏକ ନଳକୂଅ ତିଆରି କରାଯାଇଥିଲେ ବି ଏହା ବେଳେବେଳେ ଠିକ ଭାବରେ ପାଣି ଯୋଗାଇ ନ ପlରିବା ସହ ଖରାପ ହୋଇଗଲେ ଲୋକ ନିକଟସ୍ଥ ପୁରୁଣାପାଣି ନାଳର ପାଣି ପିଇବା ପାଇଁ ବ୍ୟବହାର କରୁଛନ୍ତି l ଏଠାରେ ଥିବା କୂଅର ପାଣି ଖରାପ ହେବା ଯୋଗୁଁ ଲୋକ ବାଧ୍ୟ ହୋଇ ନାଳ ପାଣି ଉପରେ ନିର୍ଭର କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି l ଏହି ଗ୍ରାମରେ କୋକିଳ ନାଇକ, ଜୟ ନାଇକ, ପଦ୍ମନlଭ ନାଇକ, ନବ ନାଇକ, ଘନ ନାଇକ, ସୁଷମା ନାଇକ, ପିତାମ୍ବର ନାଇକ, ସୁଦୂର ନାଇକ, ନାରାୟଣ ନାଇକ ଓ ଟୁଟୁ ନାଇକଙ୍କ ପରିବାର ବାସ କରୁଥିବା ବେଳେ ଏମାନଙ୍କ ପରିବାରର ପିଲାମାନେ ପ୍ରାୟତଃ ଅପପୃଷ୍ଟି ରୋଗରେ ପୀଡିତ ଥିବାର ଜଣାଯାଇଛି l ଏହି ଜନ ବସତିର ଗୋଟିଏ ପାର୍ଶ୍ୱରେ ହାତୀବାରି ପାହାଡ଼ ଥିବାବେଳେ ଅନ୍ୟ ପାର୍ଶ୍ୱରେ ବରକନ୍ୟା ପାହାଡ ରହିଛି l ଏମାନେ ସମସ୍ତେ ମୂଲ ଲାଗି ଅର୍ଥ ଉପାର୍ଜନ କରି ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଛନ୍ତି l ଏହା ସହିତ ଏଠାରେ ସମସ୍ତଙ୍କୁ ଜଙ୍ଗଲ ଜମି ପଟ୍ଟା ମିଳିଥିବା ବେଳେ ତିନି ଜଣଙ୍କୁ ଘର ଡିହ ପଟ୍ଟା ମିଳିଛି ଓ ଅନ୍ୟମାନେ ପଟ୍ଟା ପାଇଁ ଅପେକ୍ଷା କରିଛନ୍ତି l ବର୍ତ୍ତମାନ କାଳିମେଘି ଠାରୁ ଏହି ଗ୍ରାମକୁ ରାସ୍ତା ପାଇଁ ଏକ କିମି ପରେ ଜଗତl ନାଳ ଉପରେ 40 ଲକ୍ଷ ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ବ୍ରିଜ ନିର୍ମାଣ କରାଯାଇଥିଲେ ବି ଏହାର ଦୁଇ ପାଖ ପାଖାପାଖି 3 କିମି ରାସ୍ତା ନିର୍ମାଣ ଆଜି ପର୍ଯ୍ୟନ୍ତ କରାଯାଇନଥିବା ଯୋଗୁଁ ଏହା କୌଣସି ଦରକାରରେ ଆସୁନାହିଁ l
ସେପଟେ ଏହି କାଳିମେଘି ପଂଚାୟତର ଆଉ ଏକ ଆଦିବାସୀ ଗ୍ରାମ ବାଙ୍କୀମାଳ l ଏହି ଗ୍ରାମଟି କାଳିମେଘି ଠାରୁ 17 କିମି ଦୂରରେ ଥିବା ବେଳେ ଏହା ଜୋକଲୁଣ୍ଡି ଠାରୁ 2 କିମି ଦୂରରେ ରହିଛି l ରାସ୍ତା ନଥିବା ଯୋଗୁଁ ଏହି ଅଧିବାସୀ ସମସ୍ତ କ୍ଷେତ୍ରରେ ଅବହେଳିତ ହୋଇ ରହିଛନ୍ତି l ଏହି ଗ୍ରାମର ପିଲାମାନେ ଶିକ୍ଷା ପାଇଁ ଜୋକଲୁଣ୍ଡି ବିଦ୍ୟାଳୟ ଉପରେ ନିର୍ଭର କରୁଥୁବା ବେଳେ ଅଙ୍ଗନବାଡି ଶିକ୍ଷା ପାଇଁ ବରବରl କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି ସିନା ଦୁର୍ଗମ ରାସ୍ତା ଯୋଗୁଁ ପିଲା ସେଠାକୁ ଯାଇପାରନ୍ତି ନାହିଁ l ଏଠାରେ ମଧ୍ୟ 10 ଟି ଆଦିବାସୀ ପରିବାର ରହୁଥିବା ବେଳେ ବର୍ଷା ଦିନେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ବାରମ୍ବାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କଲେବି କୌଣସି ସୁଫଳ ମିଳୁନାହିଁ l ବାସ୍ତବ କ୍ଷେତ୍ରରେ ଏହି ନିତ୍ୟାନନ୍ଦ ପଲ୍ଲୀ ଓ ବାଙ୍କୀମାଳ କୁ ସ୍ୱତନ୍ତ୍ର ଭାବେ ରାସ୍ତା ନିର୍ମାଣ ସହ ଲୋକଙ୍କ ସ୍ୱାସ୍ଥ୍ୟ ସେବା ପିଲାଙ୍କ ଶିକ୍ଷା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନିହାତି ଆବଶ୍ୟକ ହୋଇପଡିଛି l ଏ ସମ୍ପର୍କରେ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତିଯେ ଏହା ଅତି ଗୁରୁତର ଆବଶ୍ୟକତା ଅଟେ, ଏହି ରାସ୍ତା ପାଇଁ ମ ନ ରେ ଗା ଯୋଜନାରେ ପ୍ରୋଜେକ୍ଟ ରହିଛି କିନ୍ତୁ ରାସ୍ତା ଯେଉଁ ବିଲ ଦେଇ ଯିବ ସେହି ବିଲ ରାସ୍ତା ପାଇଁ ମାଲିକ ଛାଡିଲେ ହିଁ ଏହି ରାସ୍ତା ନିର୍ମାଣ ହୋଇପାରିବ l ଅପର ପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି l

LEAVE A REPLY

Please enter your comment!
Please enter your name here