ନିଖୋଜ ମହିଳାଙ୍କ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର

0
594

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଗ୍ରାମର ଭାଗ୍ୟ ବେହେରା ନାମକ ଜଣେ ମହିଳା ଗତ ଅଗଷ୍ଟ ମାସ ୧୭ ତାରିଖରୁ ହଠାତ ନିଖୋଜ ହୋଇଯାଇଥିଲେ। ଫଳରେ ପରିବାର ଲୋକେ ଖୋଜା ଖୋଜି ପରେ ମଧ୍ୟ କୌଣସି ସୂଚନା ନ ପାଇବାରୁ ଏ ନେଇ ଭଞ୍ଜନଗର ଥାନା ରେ ଭାଗ୍ୟ ଖଲି ପତ୍ର ତୋଳିବାକୁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ। ପୋଲିସ ନିଖୋଜ କେସ ନମ୍ବର ୩୬/୨୦ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଘଟଣାର ଅନେକ ଦିନ ପରେ ସ୍ଥାନୀୟ କଶାପଲ୍ଲୀ ଜଙ୍ଗଲ ରୁ ମହିଳା ଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଅପରାହ୍ନ ରେ ଉକ୍ତ ଜଙ୍ଗଲର ଏକ ଗଛ ପାଖରେ ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ମାନେ ସେଠାକୁ ଯାଇ ଗଳିତ ଶବ ପଡିଥିବା ଦେଖିବାକୁ ପାଇଁଥିଲେ। ଏହା ପରେ ପରିବାର ଲୋକେ ସେଠାରେ ପହଞ୍ଚି ଶବ ଚିହ୍ନଟ କରିବା ପରେ ପୁଲିସ ଶବ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଏଫଏମ୍ଟି କୁ ପଠାଇଛି। ତେବେ ଭାଗ୍ୟ ଙ୍କ ମୃତ୍ୟୁ କିପରି ହେଲା ଜଣାପଡିନଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here