ଦୁଷ୍କର୍ମକାରୀଙ୍କୁ ଦଣ୍ଡ, ପିଡିତାଙ୍କୁ ନ୍ୟାୟ ଓ ମହିଳାଙ୍କୁ ସୁରକ୍ଷା ଦାବିରେ ଟିମ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା।

0
292

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଗଣଦୁଷ୍କର୍ମର ପରେ ଦୁଷ୍କର୍ମକାରୀଙ୍କ ଦ୍ୱାରା ହତ୍ୟାର ଶିକାର ହୋଇ ମୃତ୍ୟୁବରଣ କରିଥିବା ୨ଜଣ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଆଜି ଦକ୍ଷିଣଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିସହ ମୃତ୍ୟୁ ବରଣ କରିଥିବା ୨ଯୁବତୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା। ଉତ୍ତର ପ୍ରଦେଶର ହାଥରସ ଠାରେ ଘଟିଥିବା ମନୀଷା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସହିତ ଗଞ୍ଜାମ ଜିଲ୍ଲାର କେ ନୂଆଗାଁ ଦେଖାଳି ଅଂଚଳରେ ଗଣଦୁଷ୍କର୍ମ ଉଦ୍ୟମ ପରେ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କୁ ନ୍ୟାୟ ଦେବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଟିମ କ୍ଲିନ ସିଟିର ସଦସ୍ୟମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ଜରିଆରେ ଶାନ୍ତିପୂର୍ଣ୍ଣ ଭାବେ ଦାବି କରିଥିଲେ। ବ୍ରହ୍ମପୁର ଗାନ୍ଧୀନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଟିମ ସଦସ୍ୟମାନେ ଏକାଠି ହୋଇ କ୍ୟାଣ୍ଡେଲ ଜଳାଇ ଉଭୟ ପିଡିତାଙ୍କୁ ନ୍ୟାୟ ଦେବା ସହ ମହିଳାଙ୍କୁ ସୁରକ୍ଷା ପ୍ରଦାନ ନେଇ ଦାବି କରିଥିଲେ। ଏଥିରେ ଟିମ କ୍ଲିନ ସିଟିର ବହୁ ସଦସ୍ୟ ଉପସ୍ଥିତ ଥିଲେ। ପରେ ଏହି ମର୍ମରେ ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରେରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here