କରୋନା ରେ ମୃତ୍ୟୁ ବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ସହଯୋଗ ର ହାତ ବଢାଇଲେ ବଡକୋଦଣ୍ଡା କ୍ଲଷ୍ଟର

0
475

ଭଞ୍ଜନଗର(ନିଲୁ ବିଶୋଇ) ଗତ ଅଗଷ୍ଟ ୧୨ ତାରିଖରେ କରୋନାରେ ପ୍ରାଣ ହରାଇଥିବା ଶିକ୍ଷକ ସ୍ବର୍ଗତ କୁଶଧ୍ୱଜ ସେଠୀଙ୍କ ପରିବାରକୁ ଭେଟିଛନ୍ତି ପଡୋଶୀ ବଡକୋଦଣ୍ଡା କ୍ଲଷ୍ଟରର ସି.ଆର.ସି.ସି ଶ୍ରୀ ମୋହନ ସାହୁ ଓ ତାଙ୍କ ପ୍ରତିନିଧି ଶିକ୍ଷକଗଣ ଏବଂ ଡୁମାକୁମ୍ପା କ୍ଳଷ୍ଟର ସି.ଆର.ସି.ସି ତ୍ରିନାଥ ବେହେରାଙ୍କ ଉପସ୍ଥିତିରେ ନିଜ କ୍ଳଷ୍ଟର ଶିକ୍ଷକ ଶିକ୍ଷୟିତ୍ରୀ ଭାଇ ଭଉଣୀଙ୍କ ତରଫରୁ ସଂଗୃହିତ ଆର୍ଥିକ ସାହାୟତା ଟ. ୧୦୦୦୦.୦୦ (ଦଶହଜାର) ପ୍ରଦାନ କରିଛନ୍ତି ।ଦୀର୍ଘ ଦୁଇମାସ ତଳେ ଗଣ ଶିକ୍ଷକ କୁଶଧ୍ବଜ ସେଠୀ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପରିବାରକୁ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହଯୋଗ ମିଳିନଥିବା କଥା ଏହି ଅବସରରେ ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତାଙ୍କ ଅସମୟରେ ତାଙ୍କୁ ସହଯୋଗ କରିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସି.ଆର୍.ସି.ସିଗଣଙ୍କୁ ସ୍ବର୍ଗତ ସେଠୀଙ୍କ ପତ୍ନୀ ଧନ୍ୟବାଦ ଜଣାଇବା ସହ ସରକାରଙ୍କ ନିକଟରେ ତାଙ୍କୁ ଯାହା ସହଯୋଗ ରାଶି ମିଳିବା କଥା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here