୬୬ ତମ ଜାତୀୟ ବନ୍ୟ ପ୍ରାଣୀ ସପ୍ତାହ ପାଳିତ

0
307

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା) ଆଞ୍ଚଳିକ ବିକାଶ ପରିଷଦ ,ବ୍ରହ୍ମପୁର ସବୁଜ ବାହିନୀ ଓ ବ୍ରହ୍ମପୁର ବନଖଣ୍ଡ ତରଫରୁ ୬୬ ତମ ଜାତୀୟ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ କୁକୁଡାଖଣ୍ଡି ବ୍ଲକ ଅନନ୍ତାଇ ଗ୍ରାମ ଅନନ୍ତେଶ୍ୱର ମନ୍ଦିର ଠାରେ ପାଳିତ ହୋଇଯାଇଛି ।
ଏହି ଅବସରରେ ଆଞ୍ଚଳିକ ଵିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ସ୍ୱାଗତ ଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ,ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ କୁମାର ନାୟକ , ସ୍ଥାନିୟ ସରପଞ୍ଚ ପିଙ୍କି ଦାସ ଯୋଗଦେଇ ସଚେତନତା ସହ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀ ନାୟକ କହିଥିଲେ ଯେ
ଜୀବଜଗତରେ ସନ୍ତୁଳନ ରକ୍ଷା ନିମନ୍ତେ ଉଭୟ ମନୁଷ୍ୟ ଏବଂ ଜୀବଜନ୍ତୁଙ୍କ ଏକତ୍ର ସହାବସ୍ଥାନ ଏକାନ୍ତ ଆବଶ୍ୟକ । ବନ୍ୟପ୍ରାଣୀଙ୍କ ମାଧ୍ୟମରେ ଆମର ଅସ୍ତିତ୍ୱ ଓ ସ୍ଥାୟିତ୍ୱ ବଜାୟ ରହିଛି । ବନ୍ୟପ୍ରାଣୀଙ୍କ ସୁରକ୍ଷା, ସମୃଦ୍ଧି ଓ ସଂରକ୍ଷଣରେ ଜନସାଧାରଣ ଏବଂ ସାମାଜିକ ସଂଗଠନଗୁଡ଼ିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଆମେ ସମସ୍ତେ ମିଳିମିଶି ଏହାକୁ ରକ୍ଷା କରିବା ।
ଗଞ୍ଜାମ ଜିଲ୍ଲା କୃଷ୍ଣସାର ମୃଗ, ଋଷିକୂଲ୍ୟା ମୁହାଣର ଅଲିଭ ରିଡଲେ, ଘୋଡ଼ାହାଡର ମଗର କୁମ୍ଭୀର, କେରାଣ୍ଡିମାଳ ପର୍ବତମାଳାର ଗଜରାଜ , ପାକଡ଼ିର ମୟୂର ,ଭଞ୍ଜନଗରର ଉଡନ୍ତା ମୂଷା ଆଦି ଅନେକ ବନ୍ୟପ୍ରାଣୀଙ୍କ ପ୍ରାକୃର୍ତିକ ବିଭବରେ ପରିପୂର୍ଣ୍ଣ ଏମାନଙ୍କ ସୁରକ୍ଷା ପାଈଁ ଶ୍ରୀ ନାୟକ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, A ପ୍ରକାସ୍, ସଂଜୟ ପାତ୍ର ,ରାଜୀବ ପାତ୍ର, ବିକ୍ରମ ବିଷୋୟୀ ,ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here