ଭାରସାମ୍ୟ ହରାଇ ବୋଲେର ପିକ୍ଅଫ ଦୁର୍ଘଟଣା ଗ୍ରସ୍ତ

0
505

ଜଗନ୍ନାଥପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ଠାରେ ଏକ ବୋଲେରୋ ପିକ୍ ଅଫ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ପ୍ରକାରେ ଗାଡି ଟି ଏକ ବୁଲାଣୀ ରାସ୍ତା ରେ ବାଲି ପଡ଼ିଥିବା ଦେଖି ଭାରସାମ୍ୟ ହରାଇ ନିକଟସ୍ଥ ଏକ ଘର ଉପରେ ଚଢି ଯାଇଥିଲା | ଫଳରେ ପିକ ଅଫ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସୌଭାଗ୍ୟ ବଶତଃ ଘରେ ଥିବା ଲୋକ ମାନଙ୍କୁ କାହାକୁ ଆଘାତ ଲାଗିନି | ଗାଡି ଚାଳକ ଙ୍କ ସମେତ ହେଲ୍ପର କୁ ଆଘାତ ଲାଗିଥିବା ସୂଚନା ମିଳିଛି | ଜଗନ୍ନାଥ ପ୍ରଶାଦ ପୋଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ମେଡିକାଲ ପଠେଇବା ସହ ଦୁର୍ଘଟଣାର ଅନୁସନ୍ଧାନ ଜାରି ରଖିଛି |

LEAVE A REPLY

Please enter your comment!
Please enter your name here