କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ

0
289

କୋଦଳା(ନ୍ୟୁଜ ଏକ୍ସଟ୍ରା):ଗଂଜାମ ଜିଲ୍ଲା କୋଦଳା ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟରେ “ମୋ କଲେଜ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ଲଷ୍ମୀ ନାରାୟଣ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ପଦ୍ମଚରଣ ପାଢ଼ୀ, ଲଷ୍ମୀ ନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ସୀମାଞ୍ଚଳ ମୁନି, ମହାବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ରଥ,ପୂର୍ବତନ ସଭାପତି ପ୍ରଫୁଲ୍ଲ ମିଶ୍ର ମଞ୍ଚାସୀନ ହୋଇଥିଲେ । ଅଧ୍ୟାପକ ବିନୋଦ କୁମାର ମିଶ୍ର ଓ ଅଧ୍ୟାପକ ବିଷ୍ଣୁ ଚରଣ ସେଠୀଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପଦ୍ମଚରଣ ପାଢ଼ୀ ପୌରହିତ କରିଥିଲେ । ବରିଷ୍ଠ ଅଧ୍ୟାପକ ରଘୁନାଥ ମୁଦୁଲି, ଅଧ୍ୟାପିକା ରଞ୍ଜୁବାଳା ନନ୍ଦଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ କୁମାର ଦୋରା, ଅଭୟ କୁମାର ସାହୁ, ତ୍ରିନାଥ ଭୂୟାଁ ଙ୍କ ସମେତ ମହାବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

ରିପୋର୍ଟ :ଦେବାଶିଷ ମହାରଣା

LEAVE A REPLY

Please enter your comment!
Please enter your name here