ବାଲିବଣ ବନାଶ୍ରମ ଠାରେ ବିଶ୍ୱଶାନ୍ତି ମହାଯଜ୍ଞ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

0
327

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ବୁରୁଝୁରି ନିକଟସ୍ଥ ବାଲିବଣ ବନାଶ୍ରମ ଠାରେ ଶ୍ରୀ ଶ୍ରୀ ବଳକେଶ୍ୱର ମହାଦେବ, ଶନିଶ୍ଚର ମନ୍ଦିର ପ୍ରତିଷ୍ଠା ଓ ହରିହରାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୧୧ ଦିନ ବ୍ୟାପି ଚାଲୁଥିବା ଏହି ବିଶ୍ୱ ଶାନ୍ତି ମହାଯଜ୍ଞରେ ପଣ୍ଡିତ ଶ୍ରୀ ଜଗନ୍ନାଥ ଶତପଥିଙ୍କ ତତ୍ୱାବଧାନ ବହୁ ବିଜ୍ଞ ପଣ୍ଡିତ ନେତୃତ୍ୱରେ କଳସ ଯାତ୍ରା , ସୂର୍ଯ୍ୟପୂଜା, ଗୋ ପୂଜା, ବନଜାଗ, ରତ୍ନମୁଦ, ଅଙ୍କୁରାରୋପଣ, ଶାଲାପୁଜା, ଦେବତା ପ୍ରବେଶ, ସ୍ଥାପନ ସହ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ବୁରୁଝୁରି, ସୁମଣ୍ଡଳ, ବଡଖଇରଖମା, ଚନ୍ଦନପୁର, ସୌରା ଛଚିନା ଗ୍ରାମ ପଞ୍ଚାୟତବାସୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ବାଲିବଣ ବନାଶ୍ରମ ପରିସର ଉତ୍ସବ ମୁଖର ପାଲଟିଛି । ପ୍ରତିଦିନ ସଂଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here