ଶ୍ରୀକୃଷ୍ଣ ଶରଣପୁର ଗ୍ରାମପଞ୍ଚାୟତରେ ବିଜେଡ଼ି ପକ୍ଷରୁ ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
290

ଖଲ୍ଲିକୋ(ପ୍ରଦୀପ୍ତ କୁମାର ସାହୁ) ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତିଙ୍କ ନିର୍ଦେଶ କ୍ରମେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଜନ ସଚେତନା ଅଭିଯାନ ଆୟୋଜନ କରାଯାଇଛି । ଏହି ଜନ ସଚେତନା ଅଭିଯାନ ଚଳିତ ମାସ ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ କରାଯିବ । ଏହାକୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳିର ଥିବା ଜିଲ୍ଲା ପରିଷଦ ଯୋନ ଅନୁଯାୟୀ କରାଯିବ । ପ୍ରତ୍ୟେକ ଯୋନରେ ଏହାକୁ ଆୟୋଜନ କରାଯିବ ଏବଂ ଏହି ସଭାକୁ ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସମସ୍ତ ବିଜେଡି କର୍ମୀଙ୍କ ସହ ପଞ୍ଚାୟତର ସମସ୍ୟା ବିଷୟରେ ଆଲୋଚନା କରିବେ । ମାସ୍କର ବ୍ୟବହାର, ଓ ସମାଜିକ ଦୂରତା ଉପରେ ଲୋକଙ୍କୁ ସଚେତନ କରାଯିବ । କୋଭିଡ ନିୟମ ମାନି ଚଳିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯିବ । ଆଜି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତରେ ବିଧାୟିକା ଭିଡ଼ିଓ କନଫରେନ୍ସି ଜରିଆରେ ଶୁଭାରମ୍ଭ କରିବା ସହ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here