ଖଲିକୋଟ ବ୍ଳକ ପରିସରରେ ପ୍ଳାଜମା ଦାତାଙ୍କୁ ସମ୍ମାନୀତ ଓ ବାର୍ଦ୍ଧକ୍ୟ, ବିଧବା ଭତ୍ତା ବଣ୍ଟନ

0
281

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଖଲିକୋଟ ପଞ୍ଚାୟତ ସମିତି ସଭା ଗୃହରେ ପ୍ଳାଜମା ଦାତା ମାନଙ୍କୁ ଉପଢୌକନ, ପୁଷ୍ପ ଗୁଛ ଓ ମିଷ୍ଟାନ୍ନ ଦେଇ ସମ୍ମାନୀତ କରାଯାଇଛି। ଖଲିକୋଟ ଅଞ୍ଚଳର ଏଗାର ଜଣ ପ୍ଳାଜମା ଦାତାଙ୍କୁ ସମ୍ମାନୀତ କରାଯାଇଥିଲା। ଏମାନଙ୍କ ମଧ୍ୟରେ ଭେଜିପୁଟ ଗ୍ରାମର ଲିକୁ ପଣ୍ଡା, ପ୍ରଶାନ୍ତ କୁମାର ସାହୁ, ପ୍ରକାଶ କୁମାର ସାହୁ,  ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଚାଳକ ଅମୀୟ କୁମାର ମହାନ୍ତି, ଖଲ୍ଲିକୋଟ ଯୋଗାଣ ନିରିକ୍ଷକ ଧିରେନ କୁମାର ସାହୁ ପ୍ରମୂଖ ଅନ୍ୟତମ। ତତସହିତ ଖଲିକୋଟ ବ୍ଳକର ବିଭିନ୍ନ ପଞ୍ଚାୟତର  ୧୪୦ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ,ବିଧବା ଓ ଶାରୀରିକ ଅକ୍ଷମ ଭତ୍ତା ପ୍ରଦାନ କରାଯଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବ୍ଳକ ଅଧ୍ୟକ୍ଷା ମୀନାକ୍ଷୀ ସାହୁ, ଜିଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଣ୍ଟିଆ, ଖଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୂଖ୍ୟ ଡାକ୍ତର ପ୍ରଦୀପ ଗନ୍ତାୟତ, ବିଡ଼ିଓ ନବକୃଷ୍ଣ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ସହନିର୍ବାହୀ ଯନ୍ତ୍ରୀ ସଚିଦାନନ୍ଦ ଦାସ  କାର୍ଯ୍ୟ କ୍ରମକୁ ପରିଚାଳନା କରିଥିବା ବେଳେ ବିଡ଼ିଓ ନବକୃଷ୍ଣ ଜେନା ଶପଥ ପାଠ କରାଇଥିଲେ।

LEAVE A REPLY

Please enter your comment!
Please enter your name here