ଛତ୍ରପୁର ବିଜେଡି ଓ ମୋ ପରିବାର ଆନୁକୂଲ୍ୟରେ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

0
276

ଛତ୍ରପୁର(ନ୍ୟୁଜଏକ୍ସଟ୍ରା)ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓ ଛତ୍ରପୁର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ବିଜୁ ଜନତା ଦଳ ଛତ୍ରପୁର ଓ ମୋ ପରିବାର ଆନୁକୂଲ୍ୟରେ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିପୁଲିଙ୍ଗି ପଞ୍ଚାୟତ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧକ୍ଷ ଶ୍ରୀ M. ଧନଞ୍ଜୟ ରେଡୀ, ଵିପୁଲିଙ୍ଗି ସରପଞ୍ଚ ଶ୍ରୀଯୁକ୍ତ ନରସିଂହ ରେଡୀ ଓ ସମିତି ସଭ୍ୟ ଶ୍ରୀଯୁକ୍ତ ଜୟଦେବ ଲେଙ୍କା ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନତା କରିଛନ୍ତି।

LEAVE A REPLY

Please enter your comment!
Please enter your name here