ଗୋପାଳପୁର ବିଧାୟକଙ୍କ ଦ୍ୱାରା ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ

0
358

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର “କରୋନା” ଜନ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ନିମନ୍ତେ ଗୋପାଳପୁର ନିର୍ବାଚନ ମଣ୍ଡଳୀର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବୋରିଗାଁ, ନିମଖଣ୍ଡି ପଞ୍ଚାୟତରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଲୋଚାପଡା ପଞ୍ଚାୟତରେ ମଧ୍ୟ ଜୀବନ ବିନ୍ଦୁ ପକ୍ଷରୁ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ ଶୁଭାରମ୍ଭ କରିଥିଲେ ।ଶ୍ରୀ ପାଣିଗ୍ରାହୀ ପ୍ରଥମେ ବୋରିଗାଁ ଏବଂ ପରେ ନିମଖଣ୍ଡି ପଞ୍ଚାୟତରେ କୋଭିଡ ନିୟମ ପାଳନ କରିବା ନିମନ୍ତେ ଏକ ରାଲିରେ ବାହାରି କରୋନା ହାରିବ ଓଡ଼ିଶା ଜିତିବ ସ୍ଲୋଗାନ ଦେଇ ସ୍ଥାନୀୟ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରିବା ସହ କୋଭିଡ ସଂକ୍ରମଣରୁ କିଭଳି ରକ୍ଷା ପାଇବା ସେଥିନିମନ୍ତେ ଲୋକଙ୍କୁ ବୁଝାଇଥିଲେ ।ପରେ ଲୋଚାପଡା ପଞ୍ଚାୟତ ସ୍ଥିତ ରଘୁନନ୍ଦନ କଲ୍ୟାଣ ମଣ୍ଡପ ପରିସରରେ ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାନ କରିଥିବା ସ୍ବେଚ୍ଛାସେବୀଙ୍କୁ ଉତ୍ଚାହିତ କରିଥିଲେ ।ଏହି ଅବସରରେ କୁକୁଡ଼ାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ଚୌଧୁରୀ,ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ସାଂସଦ ପ୍ରତିନିଧି ଟି. ରଘୁ ପାତ୍ର,ବିଧାୟକ ପ୍ରତିନିଧି ଦିଲ୍ଲୀପ ପାତ୍ର,୯ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ନିରୂପମା ପାତ୍ର,ଲୋଚାପଡା ସରପଞ୍ଚ ମିନତୀ ବେହେରା, ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ,ସମିତି ସଭ୍ୟା ମୀରା ସାହୁ,ହୁଗୁଳାପଟା ସରପଞ୍ଚ ପ୍ରଦୀପ କୁମାର ମଲଣା,ଗୁରୁଣ୍ଠି ସରପଞ୍ଚ ଟି. ମିନତୀ ପାତ୍ର,ସମିତି ସଭ୍ୟ ଏମ୍.ବିସିକେଶନ, ନିମଖଣ୍ଡି ସରପଞ୍ଚ ପ୍ରଦୀପ କୁମାର ବେହେରା,କୁକୁଡ଼ାଖଣ୍ଡି ସରପଞ୍ଚ ଅଦଲ ଚେନେୟା,ସୁରେଶ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ସୁକାନ୍ତି ସାହୁ,ଯୁବ ନେତା ରାଜେନ୍ଦ୍ର ପାତ୍ର,ବୁଲୁ ବେହେରା,ଏମ୍.ସୁଶାନ୍ତ ପାତ୍ର, ସୁଦାମ ସ୍ୱାଇଁ, ନବୀନ ସ୍ବାଇଁ,ଅଜିତ କୁମାର ପାତ୍ର,ସନ୍ତୋଷ ପାତ୍ର, କାଳିଆ ବେହେରା ଓ କିଶୋର ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here