ବୁଗୁଡା ବ୍ଳକ ପଞ୍ଚାୟତ ସମିତିର ସମିକ୍ଷା ବୈଠକ

0
164

ବୁଗୁଡ: ବୁଗୁଡ଼ା ବ୍ଲକ୍ ପରିସରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ବୁଗୁଡ଼ା ପଞ୍ଚାୟତ ସମିତିର ସମିକ୍ଷା ବୈଠକ ଜୁନ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ ୨୧ ଗୋଟି ପଞ୍ଚାୟତରେ କିଭଳି ଭାବେ ନୂତନ ଓ ପୁରାତନ କାର୍ଯ୍ୟ ଗୁଡିକ ତ୍ବରାନ୍ବିତ ହୋଇ ପାରିବ ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଳକ ଶିଶୁ ପ୍ରକଳ୍ପ ଅଧିକାରିଣୀ ବବିତା ପଣ୍ଡା, ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କର, ଉପାଧ୍ୟକ୍ଷ ମାନଷ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ଅଧ୍ଯକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକଙ୍କ ସମେତ ୨୧ ଗୋଟି ପଞ୍ଚାୟତର ଜନ ପ୍ରତିନିଧି ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here