ବୃକ୍ଷ ଆମର ପ୍ରକୃତ ବନ୍ଧୁ, ଲାଗିଲେ ଚାରା ହସିବ ଧରା

0
419

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଏହାକୁ ଏଡାଇବା ପାଇଁ ମନୁଷ୍ୟ ପାଖରେ ଏହାର ନିରାକରଣ ମଧ୍ୟ ରହିଛି। ବୃକ୍ଷରୋପଣ ହିଁ ଏହାର ବିକଳ୍ପ ରାସ୍ତା। ସମସ୍ତେ ଚାରାଟିଏ ଲଗାଇଲେ ପୁଣି ଧରା ହସିବ ବୋଲି ବାର୍ତ୍ତା ଦେଉଛନ୍ତି। ନୃତ୍ୟ ଓ ସଙ୍ଗୀତକୁ ନେଇ ଯେମିତି କାର୍ଯ୍ୟକ୍ରମ କରୁଛନ୍ତି, ସେମାନେସ ଏବେ ଆଗେଇ ଆସିଛନ୍ତି ଧରଣୀକୁ ସଜେଇବା ପାଇଁ। ମହାମାରୀ ସମୟରେ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ବୃକ୍ଷରୋପଣ କରିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶୀ ନୃତ୍ୟାୟନ ଓ ଟୁୱାଡର୍ସ ଏ ଗ୍ରୀନେର ବ୍ରହ୍ମପୁର ପକ୍ଷରୁ ଆଜି ସ୍ଥାନୀୟ ଲାଞ୍ଜିପଲ୍ଲୀ ସ୍ଥିତ ନୂଆବନ୍ଧ ନିକଟରେ ବୃକ୍ଷରୋପଣ କରାଯାଇଛି। ଓଡ଼ିଶୀ ନୃତ୍ୟଗୁରୁ ସମ୍ପାଦକ ଶିବରାମ ବାରିକ ଓ ଟୁ ୱାଡର୍ସ ଏ ଗ୍ରୀନର ବ୍ରହ୍ମପୁରର ପରିଚାଳକ ବେଦ ପ୍ରକାଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦୁଇ ଦିନିଆ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ଏମକେସିଜି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲର ପ୍ରାଶାସନିକ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାସ, ବ୍ରହ୍ମପୁର ମଣ୍ଡଳ କାରାଗାରର ବରିଷ୍ଠ ଅଧିକ୍ଷକ କୁଳମଣି ବେହେରା, ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଣତି ପାତ୍ର, ବ୍ରହ୍ମପୁର ମଣ୍ଡଳ କାରାଗାରର କାରାପାଳ ଶଶିକାନ୍ତ ମାହାଲିକ୍ ଓ ପ୍ରାକ୍ତନ ଜିଲ୍ଲା ସା°ସ୍କୃତିକ ଅଧିକାରୀ କୃଷ୍ଣଚନ୍ଦ୍ର ନିସଙ୍କ ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ବିଭିନ୍ନ ରକମର ୫୦ଟି ବୃକ୍ଷ ରୋପଣ କରାଯାଇଛି ଏବଂ ଆସନ୍ତାକାଲି ୫୦ଟି ବୃକ୍ଷରୋପଣ କରାଯିବା ନେଇ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ପାତ୍ର, ସଙ୍ଗୀତା ପାଣିଗ୍ରାହୀ, ହିମାଂଶୁ ଶେଖର ଗୌଡ଼, କେ ଗୌତମ କୁମାର ପ୍ରଧାନ, ସୁମନ୍ କୁମାର ଦାସ, ଶିବ ଶଙ୍କର ଷଢ଼ଙ୍ଗୀ ଓ ସୂର୍ଯ୍ୟପ୍ରତାପ ଷଢ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।

LEAVE A REPLY

Please enter your comment!
Please enter your name here