ସ୍ବେଚ୍ଛାସେବୀ ଓ ଅଗ୍ନିଶମ ବିଭାଗଙ୍କ ମିଳିତ ଉଦ୍ୟମରେ ଆହତ ଷଣ୍ଢର ଚିକିତ୍ସା

0
273

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଥାନା ଛକରେ ଶୁକ୍ରବାର ରାତ୍ର ଏକ ବୁଲା ଷଣ୍ଢ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏ ସଂକ୍ରାନ୍ତରେ ଖବର ପାଇ ସାମ୍ବାଦିକ ତଥା ପଶୁ ପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଏହାର ଚିକିତ୍ସା ବ୍ୟବସ୍ଥା କରିଥିଲେ । ସେ ପଶୁ ଚିକିତ୍ସାଳୟର ଦୃଷ୍ଟି ଆକର୍ଷଣ କରିବା ପରେ ପଶୁ ଡକ୍ଟର ସୈାମିକ ସ୍ୱାଇଁ ଏବଂ ତାଙ୍କ ସହଯୋଗୀ ପାଣ୍ଡବ ବେହେରା ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଷଣ୍ଢଟିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଷଣ୍ଢଟିକୁ କାବୁ କରିବା କଷ୍ଟକର ହେବାରୁ ଅଗ୍ନିଶମ ବିଭାଗ ଅଧିକାରୀ ସନାତନ ମହାପାତ୍ରଙ୍କୁ ଅବଗତ କରାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଅଧିକାରୀ ଶ୍ରୀ ମହାପାତ୍ର ପହଞ୍ଚି ଷଣ୍ଢକୁ ଆୟତ୍ତ କରିବା ପରେ ଚିକିତ୍ସା କରାଯାଇଥିଲା । ଏହି ମହତ୍ କାର୍ଯ୍ୟରେ ରାସ୍ତାରେ ଯାତାୟାତ କରୁଥିବା ଲୋକେ ମଧ୍ୟ ସହଯୋଗ କରିଥିଲେ । ଏଥିରେ ଅଗ୍ନିଶମ ବିଭାଗ କର୍ମଚାରୀ ସୁରେଶ ମିଶ୍ର, ରାଜେଶ୍ ମହାପାତ୍ର, ଯୋତି ପ୍ରକାଶ ସାହୁ, ପ୍ରଦୀପ୍ତ କୁମାର ସ୍ବାଇଁ, ଅଶୋକ କୁମାର ଭୋଳ, ସୁମନ୍ତ ଶ୍ରୀଚନ୍ଦନ, ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀ, ପ୍ରମୋଦ ସାହୁ, ହିମାଂଶୁ ଶେଖର ସାବତ, ଦୀପକ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here