ଆସିକା ଦେବଭୂମି ଗ୍ରାମରେ କୋଭିଡ ସପ୍ତାହ ପାଳିତ

0
299

ଆସ୍କା(ଜଗନ ପଣ୍ଡା)ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ କୋଭିଡ ସପ୍ତାହ ପାଳନ କରାଯାଉଥିଲା ବେଳେ ଆସିକା ବ୍ଲକ ବିଡ଼ିଓ ରୋଶନ କୁମାର ଶତପଥି ଙ୍କ ନେତୃତ୍ୱରେ ଆସିକା ବ୍ଲକ ଅନ୍ତର୍ଗତ ଦେବଭୂମି ଗ୍ରାମରେ ମାସ୍କ ବଣ୍ଟନ କରାଯାଇ ଥିଲା |ସଚେତନତା କୁ ବ୍ୟାପକ କରିବା ସହ ସମସ୍ତେ ଯେମିତି ସତର୍କତା ଅବଲମ୍ବନ କରିବେ, ଏହା ହିଁ କୋଭିଡ ସପ୍ତାହର ମୁଖ୍ୟ ବାର୍ତା ଥିଲା |ଦେବଭୂମି ଗ୍ରାମର ବିଭିନ୍ନ ସାହି ରେ ପରିକ୍ରମା କରି ମାସ୍କ ବଣ୍ଟନ କରିବା ସହ ଲୋକଙ୍କୁ ସଚେତନ କରେଇଥିଲେ |ଏହି କାର୍ଯ୍ୟକ୍ରମ ରେ ଆସିକା ବ୍ଲକ ର ସ୍ୱଚ୍ଛ ଭାରତ ମିଶନ ର ମନିଟରମାନେ ସହଯୋଗ କରିଥିଲେ |ଦେବଭୂମି ଗ୍ରାମ ପଂଚାୟତ ର ସରପଞ୍ଚ ବିଜୟ କୁମାର ଦଳେଇ, ସମିତି ସଭ୍ୟ ସନ୍ତୋଷ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଗୌରହରି ବେହେରା, ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଓ, କନିଷ୍ଠ ଯନ୍ତ୍ରୀ ନିଗମା ନନ୍ଦ ନାୟକ, ସନ୍ତୋଷିନୀ ପ୍ରସାଦ, ସ୍ଵର୍ଣ୍ଣଲତା ପଣ୍ଡା, ଗାୟତ୍ରୀ ନାୟକ, ଭଗବାନ ସ୍ୱାଇଁ, ସାଗର ପାତ୍ର, ଗଞ୍ଜାମ ଜିଲ୍ଲା ସ୍ୱଚ୍ଛ ଭାରତ ମିଶନ ର ଟ୍ରେନର ତାରିଣୀ ଭୂୟାଁ, କାଳୁ ଚରଣ ପାତ୍ର, ମନୋଜ ନାହାକ, ସତ୍ୟନାରାୟଣ ସେଠି, ପୁର୍ଣିମା ସ୍ୱାଇଁ, ଅନିଲ ଜେନା ଙ୍କ ସମେତ ଦେବଭୂମି ପଂଚାୟତର ସମସ୍ତ ଏସ ଏସ ଜି କର୍ମକର୍ତ୍ତା ଓ ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here