ଛାତରୁ ଖସି ତଳେ ପଡି ଶ୍ରମିକଙ୍କ ମୃତ୍ୟୁ

0
271

ବୁଗୁଡ଼ା(ଅନିଲ କୁମାର ମହାରଣା) ବୁଗୁଡ଼ା କୁସୁମୀ ସେତୁ ନିକଟସ୍ଥ ଆଳୁ ଗୋଦାମ୍ ଠାରେ ଜଣେ କର୍ମରତ ଶ୍ରମିକ ଛାତରୁ ଖସି ମୃତ୍ୟୁ ମୁଖରେ ପଡିଥିବା ଜଣାପଡ଼ିଛି। ଆଳୁ ଗୋଦାମର ଛାତ କାମ କରୁଥିବା ବୁଗୁଡ଼ା ସୀମାଞ୍ଚଳ ମାର୍ଗ ନିବାସୀ ବିପ୍ର ଚରଣ ସ୍ଵାଇଁ (୬୦) ଆଜି ସକାଳ ପ୍ରାୟ ୯ ଟା ବେଳେ ଛାତରେ ପାଣି ଦେଉଥିଲା ବେଳେ ଛାତରୁ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇ ତାଙ୍କର ମୁଣ୍ଡରେ ରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ପୋଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରିବା ସହିତ ୟୁଡି କେଶ୍ ନଂ ୩୦/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ଯବଛେଦ ପାଇଁ ପଠାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here