୧୦୦୦ ପାଉଚ ଦେଶୀ ମଦ, ଅଟୋ ଓ ବାଇକ ଜବତ ସହ ୩ ଗିରଫ

0
315

ବୁଗୁଡା(ଅନିଲ କୁମାର ଚୌଧୁରୀ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ଥାନା ଅଞ୍ଚଳ ରେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଭାବେ ସେପ୍ଟେମ୍ବର ୨୯ ତାରିଖ ଦିନ ଚଢ଼ାଉ କରାଯାଇ ୧୦୦୦ ପାଉଚ ମଦ, ଏକବାଇକ ଓ ଅଟୋ ଜବତ ସହ ୩ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଖଲିକୋଟ ଅବକାରୀ ଥାନା ତଥା ରମ୍ଭା ପୋଲିସ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଓ ସାନଘାଟି ଅଞ୍ଚଳରେ ଚଢ଼ାଉ କରାଯାଇ ୩ ଜଣଙ୍କୁ ଗିରଫ କରିବା ସହ ୧୦୦୦ ପାଉଚରେ ଥିବା ୧୧୦ ଲିଟର ଦେଶୀ ମଦ, ଏକବାଇକ ଓ ଏକ ଅଟୋ ଜବତ କରାଯାଇଛି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଗଞ୍ଜାମ ଅବକାରୀ ଉପଅଧିକ୍ଷକ ଶ୍ରୀ ବେହେରାଙ୍କ ସମେତ ରମ୍ଭା ଥାନା ପୋଲିସ ଫୋର୍ସ, ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ଖଲ୍ଲିକୋଟ ଅବକାରୀ ଥାନା ଅଧିକାରୀ ଓ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here