ମଦ୍ଯପ ଯୁବକଙ୍କ ଆତଙ୍କରାଜ ; ଗିରଫ କଲା ପୋଲିସ , ଖଣ୍ଡା ଓ ଖୁର ଜବତ

0
667

ଦିଗପହଣ୍ଡି – ଦିଗପହଣ୍ଡି ଥାନା କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଜଣେ ମଦ୍ଯପ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଦାଦାବଟି ଆଦାୟ ସହ ସରପଞ୍ଚଙ୍କ ଭାଇଙ୍କୁ ଆକ୍ରମଣ ମାମଲାରେ ପୋଲିସ ଯୁବକକୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗିରଫ ଯୁବକ ହେଲେ ବୋରିପଦର ଗ୍ରାମର ବିକ୍ରମ ଶେଖର ଡାକୁଆ । ପୋଲିସ ଘଟଣାରେ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଖଣ୍ଡା ଓ ଖୁର ଜବତ କରିଛି । ଖବରପ୍ରକାରେ , ଗୁରୁବାର ରାତିରେ ଯୁବକ ଜଣକ ମଦ୍ଯପ ଅବସ୍ଥାରେ ଗ୍ରାମରେ କିଛି ଯୁବକଙ୍କ ଠାରୁ ଦାଦାବଟି ଆଦାୟ କରିବା ସହ ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡଙ୍କ ଭାଇଙ୍କୁ ଟଙ୍କା ମାଗିଥିଲା । ଯାହାଫଳରେ ସେ ଟଙ୍କା ଦେବାକୁ ମନା କରିବାରୁ ଧରିଥିବା ଖଣ୍ଡାରେ ଆକ୍ରମଣ କରିଥିବା ନେଇ ସରପଞ୍ଚ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଥାନା ମାମଲା ନଂ ୨୮୨/୨୩ ପ୍ରକାରେ ମକଦ୍ଦମା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here