ସ୍କାଉଟ୍ ଓ ଗାଇଡ୍ ତରଫରୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା ଅଭିଯାନ

0
345

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସପ୍ତାହ ପାଳନ ଅବସରେ ଗଞ୍ଜାମ ଜିଲ୍ଲା ସ୍କାଉଟ୍ ଓ ଗାଇଡ୍ ତରଫରୁ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନରେ ଗଞ୍ଜାମ ଜିଲ୍ଲା ଶିକ୍ଷାଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ଜିଲ୍ଲା ସ୍କାଉଟ୍ କମିଶନର ଏସ୍‌. ଗିରିଧାରୀ, ଜିଲ୍ଲା ଗାଇଡ୍ କମିଶନର ଶାନ୍ତିଲତା ମୁନି, ଆଇ.ପି.ଇ ଭାଗିରଥୀ ସ୍ୱାଇଁ, ହିଞ୍ଜିଳି ବିଇଓ ବସନ୍ତ କୁମାର ପଣ୍ଡା, ହିଞ୍ଜିଳି ବିଡିଓ ପ୍ରସନ୍ନ କୁମାର ପାତ୍ର, ହିଞ୍ଜିଳି ଆଇଆଇସି ଅଭିମନ୍ୟୁ ଦାସ, ହିଞ୍ଜିଳି ତହସିଲଦାର ପ୍ରମୁଖ ଉପସ୍ଥିତ ରହି ରାଲିର ଶୁଭାରମ୍ଭ କରିଥିଲେ ।

ବିଦ୍ୟାଳୟର ସ୍କାଉଟ୍‌, ଗାଇଡ୍ ଏବଂ ରେଡକ୍ରସ୍ ର ଛାତ୍ରଛାତ୍ରୀ ମାନେ ତଥା ଜିଲ୍ଲାର ଅନ୍ୟାନ୍ୟ ସ୍କାଉଟ୍ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ୍ ମାନେ ହିଞ୍ଜିଳି ପରିବାର ମାର୍କେଟ୍ ଠାରୁ ଆରମ୍ଭ କରି ବସଷ୍ଟାଣ୍ଡ୍ ତଥା ପାଟଣା ସାହି ଏବଂ ଅନ୍ୟାନ୍ୟ ଅଂଚଳରେ କୋଭିଡ୍ ସମ୍ବନ୍ଧୀୟ ବିଭିନ୍ନ ନିୟମାବାଳୀ ବିଷୟରେ ଲୋକଙ୍କୁ ସଚେତନ କରିବା ସହିତ ମାସ୍କ, ସାନିଟାଇଜର, ଗ୍ଲୋବସ୍ , ସାବୁନ୍ ଆଦି ବାଂଟିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପଟେନ୍ ଲାଲମୋହନ ସାହୁ, ଭାରତୀ ଚୌଧୁରୀ, ଗାୟତ୍ରୀ ଚୌଧୁରୀ, ଜିଲ୍ଲାର ସ୍କାଉଟ୍ ମାଷ୍ଟର ରାମହରି ସାହୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ରାମଚନ୍ଦ୍ର ବିଷୋୟୀ, ଶମ୍ବୁପ୍ରିୟା ରାଉତ, ରାଜେଶ ପାତ୍ର, ଧୀର ସମୀର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here