ଭଞ୍ଜନଗର ରୋଟାରୀ କ୍ଳବ ତରଫରୁ ମାଗଣା ମଧୁମେହ ଓ ରକ୍ତଚାପ ପରୀକ୍ଷା

0
294

ଭଞ୍ଜନଗର : ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ମାଗଣା ମଧୁମେହ ଓ ରକ୍ତଚାପ ପରୀକ୍ଷା ବାହାଡାପଦର ଓ ଭଞ୍ଜନଗର ବସଷ୍ଟାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି l ବାହାଡ଼ାପଦର ଏକ ଦିବସୀୟ ଏହି ଶିବିରକୁ କ୍ଲବ ର ସଭାପତି ରୋଟାରୀଆନ ଦେବୀପ୍ରସାଦ ପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ l ସମ୍ପାଦକ ସୁଧୀର କୁମାର ପାଣିଗ୍ରାହୀ ସମସ୍ତ କାର୍ଯ୍ୟ କୁ ପରିଚାଳନା କରିଥିବାବେଳେ ରୋଟାରୀଆନ ମଧୁସୂଦନ ମହାପାତ୍ର, ସନ୍ତୋଷ ଜେନା, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ଡ଼ଃ ସୂର୍ଯ୍ୟ ରାଉତ ମଂଚାସୀନ ହୋଇ କାର୍ଯ୍ୟକ୍ରମ ର ଉଦେଶ୍ୟ, ଲକ୍ଷ୍ୟ ସମ୍ପର୍କରେ କହିଥିବାବେଳେ ଭଞ୍ଜନଗର ରୋଟାରୀ କ୍ଲବ ଦ୍ୱାରା କରାଯାଉଥିବା ଜନସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ l ପ୍ରାରମ୍ଭରେ ବାହାଡାପଦର ଗାୟତ୍ରୀ ପରିବାର ତରଫରୁ ସିମାଞ୍ଚଳ ପାତ୍ର ଙ୍କ ଦ୍ୱାରା ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା l ରୋଟାରୀ କ୍ଲବ ଏଭଳି କାର୍ଯ୍ୟକ୍ରମ ବାହାଡାପଦର ରେ କରିଥିବା ଯୋଗୁଁ ଗ୍ରାମ ତରଫରୁ କ୍ଲବ ସଭାପତି, ସମ୍ପାଦକ ଓ ଡ଼ଃ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ 133 ଜଣ ବ୍ୟକ୍ତି ଙ୍କୁ ମାଗଣା ପରୀକ୍ଷା କରାଯାଇଥିଲା l ସେହିପରି ଭଞ୍ଜନଗର ବସଷ୍ଟାଣ୍ଡ ଠାରେ କ୍ଲବ ତରଫରୁ 51ଜଣଙ୍କ ପରୀକ୍ଷା କରାଯାଇଥିଲା l ଏହାକୁ ରୋଟାରିୟାନ ଶ୍ରୀରାମ ପ୍ରସାଦ ପାଳ, ସହ-ପ୍ରାନ୍ତପାଳ ପ୍ରଦ୍ୟୁମ୍ନ କୁମାର ମଳିକ, ଡ଼ଃ ସିମାଞ୍ଚଳ ପତି,ରବିନ୍ଦ୍ର କୁମାର ପାଣିଗ୍ରାହୀ,ପଞ୍ଚାନନ ମିଶ୍ର, ରଂଜିତ କୁମାର ବାରିକ, ବସନ୍ତ କୁମାର ପାତ୍ର, ଶ୍ରୀନିବାସ ସୁବୁଦ୍ଧି ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ କ୍ଲବର ବହୁ ସଦସ୍ୟ ଓ ବାହାଡା ପଦର ଗ୍ରାମର ଯୁବଗୋଷ୍ଠୀ, ଗାୟତ୍ରୀ ପରିବାର,ଶିକ୍ଷକ ନୀଳାଞ୍ଚଳ ପ୍ରଧାନ ସହଯୋଗ କରିଥିଲେ l

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here