0
279

ଗଜପତି(ଅଂଶୁମାନ ପଣ୍ଡା)ଗଜପତି ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାର ମହାମାରୀ କରୋନା ସମୟରେ କାର୍ଡଧାରୀଙ୍କୁ ମାଗଣା ଚାଉଳ ଓ ଡାଲି ବାଣ୍ଟିଥିଲେ । ହେଲେ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ଭୁଲିଗଲେ, ଏପରିକି ବିଭିନ୍ନ ଜାଗାରେ ଭାଷଣ ମାରନ୍ତି ଆମେ ଲୋକଙ୍କୁ କାମ ଯୋଗାଉଛୁ । ମନରେଗାରେ ଏନର୍ଜ୍ୟସରେ ହେଲେ କାମରେ ଲଗାଇ ପାରୁନାହାନ୍ତି।ଗ୍ରାମ ରୋଜଗାରୀ ସେବକ,ଜିଲ୍ଲାପ୍ରଶାସନ କିଛି ଜାଣି ପାରୁନହନ୍ତି । ଏହିଭଳି ଦେଖାଯାଇଛି ମେରାପଲ୍ଲୀ ପଞ୍ଚାୟତର ତୁଆଗୁଡା,ଖଲିଙ୍ଗି,ମହୁଲପଦାଭଳି ବିଭିନ୍ନ ଦୁର୍ଗମ ଅଞ୍ଚଳର ଗାଁ ଗୁଡିକରେ। ନିଜ ପରିବାର ପୋଷଣ ପାଇଁ ପ୍ରତ୍ୟେକ ଦିନ ସକାଳୁ ୧୦କିମି ରୁ ୪କିମି ଚାଲିବାକୁ ପଡ଼ିଥାଏ। ଏହି ମହିଳାମାନଙ୍କୁ ଜଙ୍ଗଲରେ ଭୟ ଛାଡି ପରିବାର ପିଲାଙ୍କୁ ପୋଷିବା ପାଇଁ ବହୁ କଷ୍ଟ କରିବାକୁ ପଡ଼ିଥାଏ। ଏମାନଙ୍କୁ ମହାମାରୀ କରୋନା ସମୟରେ ସରକାର ଚାଉଳ, ଡାଲି ଦେଲେ କିନ୍ତୁ ତେଲ ପିଆଜ,ଆଳୁ,ଲୁଣ କିଣିବା ପାଇଁ ପଇସା ନଥିବାରୁ,ଏମାନେ ଜଙ୍ଗଲରୁ ଜାଳେଣି କାଠ ଆଣି ହୋଟେଲ ଓ ଘର ଗୁଡିକରେ ବିଡ଼ା ୫୦ ଟଙ୍କାରେ ବିକ୍ରି କରି ପରିବାର ପୋଷୁଛନ୍ତି ।ଏହି ଗରିବ ପରିବାର ଆଜି ସକାଳୁ ୪୦ରୁ ଉର୍ଦ୍ଧ ମହିଳା ଜଙ୍ଗଲରୁ କାଠ ଆଣି ଲୁହାଗୁଡି ହୋଟେଲରେ ବିକ୍ରି କରିବାକୁ ଯାଉଥିବା ବେଳେ ଆମେ ଦେଖି ପଚାରିବାରୁ ସେମାନେ କହିଛନ୍ତି,ସରକାର କିମ୍ବା ଜିଲ୍ଲ ତଥା ବ୍ଲକ ସ୍ତରରେ କିଛି କାମ ନ ମିଳିବାରୁ ଆମ୍ଭମାନଙ୍କୁ ଏଭଳି କଷ୍ଟ କରିବାକୁ ପଡୁଛି । ଅପର ପକ୍ଷରେ ବିିଡ଼ିଓ ବଂଶୀଧର ଖୁସଲା କହିଛନ୍ତି ତୁରନ୍ତ ସେମାନେ କାମ ପାଇବେ।

LEAVE A REPLY

Please enter your comment!
Please enter your name here