ବୁଗୁଡା ବ୍ଲକ ପ୍ରଶାସନ କରୋନା ପାଇଁ ସଜାଗ

0
456

ବୁଗୁଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବୁଗୁଡା ବ୍ଲକ ପ୍ରଶାସନ କରୋନା ଭୁତାଣୁ ଯେପରି ସଂକ୍ରମିତ ନହୁଏ ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର କହିଛନ୍ତି ଯେ ଆମ ରାଜ୍ୟରେ ଦେଖାଦେଇଥିବା ପ୍ରଥମ କରୋନା ଆକ୍ରାନ୍ତ ବ୍ୟକ୍ତି ଇଟାଲୀରୁ ଭାରତରେ ପହଁଚିଲା ପରେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ନେଗେଟିଭ ବାହାରିଥିଲା। ତଥାପି ଏଠାରେ ପହଁଞ୍ଚିବା ପରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହି ଦୃଷ୍ଟିରୁ
ବାହାର ରାଜ୍ୟରୁ ବା ବାହାର ଦେଶରୁ କୌଣସି ବ୍ୟକ୍ତି ଗ୍ରାମକୁ ଆସିଲା ପରେ ଯଦି କରୋନାର ଲକ୍ଷଣ ଦେଖାଯାଏ ତେବେ ପ୍ରତି ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ କରିଛନ୍ତି। ୨୧ ଟି ସଙ୍ଗରୋଧ କେନ୍ଦ୍ରର ଅଧିକାରୀଙ୍କ ନାମ ଓ ମୋବାଇଲ ନଂ ହେଲା, (୧)ଏ କରଡ଼ାବାଡ଼ି- କେଦାର ଚନ୍ଦ୍ର ନାୟକ- ୯୪୩୭୬୧୬୦୮୦, (୨)ଅନ୍ତରପଡା-ପ୍ରକାଶ ଚନ୍ଦ୍ର ବଦମୁଣ୍ଡି- ୮୩୩୮୯୨୬୮୪୪, (୩)ଅରଖପୁର-ସୁଧାଂଶୁ ଶେଖର ମଲ୍ଲିକ- ୭୮୫୪୮୬୫୨୯୭, (୪)ବାଲିପଦର-ସାଗର ରଞ୍ଜନ ବେହେରା- ୭୦୦୮୨୭୫୨୨୧, (୫)ଭମଶ୍ୟାଳି-ବିଜୟ କୁମାର ପାଣିଗ୍ରାହୀ- ୯୮୬୧୬୬୯୦୪୬, (୬)ବିରଞ୍ଚିପୁର-ଗୌରହରି ସ୍ଵାଇଁ- ୯୪୩୭୭୭୩୬୫୧, (୭)ଭାଗବାନପୁର- ପୁଷ୍ପଳତା ବେହେରା- ୯୬୯୨୯୬୯୬୫୦, (୮)ବି.କରଡ଼ାବାଡ଼ି-ବଂଶୀଧର ପରିଡା- ୯୪୩୮୪୦୬୨୨୧, (୯)ଗୋଳାବନ୍ଧ-ରଶ୍ମିତା ନାୟକ-୭୭୫୧୯୨୭୬୩୮, (୧୦)ଗୋଲିଆ- ପ୍ରମୋଦ ସେଠୀ- ୮୦୧୮୮୫୪୫୮୪, (୧୧)ଗୌଡିଆବୋରଦା-କେଦାରନାଥ ଚୌଧୁରୀ- ୯୪୩୭୩୫୩୯୭୭, (୧୨)କରଚୁଲି- ଭଜକୃଷ୍ଣ ସାହୁ- ୮୨୪୯୯୬୩୨୯୪, (୧୩)କରସିଙ୍ଗି-ସୁରେନ୍ଦ୍ର ନାଥ ନାୟକ- ୯୪୩୯୮୦୨୯୫୭, (୧୪)କଳମ୍ବ-ବାଳକୃଷ୍ଣ ଜେନା-୯୭୭୭୭୭୭୧୧୨, (୧୫)ଖୋଳଖାଳି- ଧୋବା ପ୍ରଧାନ- ୮୦୧୮୪୮୫୦୦୫, (୧୬)ପାଙ୍ଗିଡ଼ି-ପରାଶର ଦାଶ- ୯୭୭୭୫୭୯୧୫୯, (୧୭)ପୋଚାଲୁଣ୍ଡି-କୃଷ୍ଣ ପରିଡା- ୯୭୭୭୨୪୨୪୭୭, (୧୮)ମୋଟାବାଡ଼ି- ରବୀନ୍ଦ୍ର ପଣ୍ଡା- ୮୨୪୯୦୯୨୫୭୧, (୧୯)ମାଣିତରା-ସୂର୍ଯ୍ୟନାରାୟଣ ସାହୁ- ୯୬୬୮୬୧୨୮୧୮, (୨୦)ଶଙ୍କୁରୁ-ସୁକାନ୍ତ ବେହେରା- ୮୨୬୦୧୫୫୨୨୦, (୨୧)ତାକରଡ଼ା -ସୁବ୍ରତ ପଟ୍ଟନାୟକ- ୮୯୧୭୨୪୪୭୩୨. ପ୍ରତ୍ୟେକ ସଙ୍ଗରୋଧ କେନ୍ଦ୍ରରେ କରୋନା ସନ୍ଦିଗ୍ଧ ବକ୍ତି ଏକାକୀ ରହିବା,ଖାଇବା,ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ପଞ୍ଚାୟତର ହେଡ କ୍ୱାଟରର ସ୍କୁଲ ଗୁଡ଼ିକରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିବା ବିଡ଼ିଓ ପ୍ରକାଶ କରିଛନ୍ତି।ଏଥିସହ ପ୍ରତି ଗ୍ରାମରେ କରୋନା ସଚେତନତା ରଥ ଭ୍ରମଣ କରିବା ପାଇଁ ବ୍ୟବସ୍ଥା ହୋଇଛି।

LEAVE A REPLY

Please enter your comment!
Please enter your name here