ଗୁଣି ଗାରେଡି ସନ୍ଧେହରେ ହତ୍ୟା:ମାଟି ଖୋଳି ବାହାରିଲା ମୃତ ଦେହ

0
351

ମୋହନା(ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲାରେ କିଛି ଦିନ ହେଲା ବନ୍ଦ ହୋଇଥିଲା ଗୁଣି ଗାରେଡିରେ ହତ୍ୟା କରିବାର। ପୁଣି ଥରେ ଲୋକେ ସେଇ ଅନ୍ଧ ବିଶ୍ୱାସରେ ଅନ୍ଧ ହେଇଗଲେ। ଆର ଉଦୟଗିରି ଥାନା ଅନ୍ତର୍ଗତ କୁଣ୍ଡୁଲି ଗ୍ରାମରେ ଅଜଣା ରୋଗରେ କିଛି ଲୋକ ମରିଗଲେ ଏବଂ ଜଣକ ସ୍ତ୍ରୀ ଅନ୍ଧ ହୋଇଗଲା। ପିଲା ଛୁଆ ନ ହେବାରୁ ମନରେ ଘୃଣା ଉଠିଲା ବହୁଦିନ ଅପେକ୍ଷା କରିବା ପରେ ଗତ ମାସ ୯ ତାରୀକ୍ଷା ରାତି ସମୟରେ ବଗଡ଼ ରେ କୁଡ଼ିଆ ମଦ୍ୟ ପାନ କରି ରହିଥିବା ବେଳେ ଡ଼ାଳିମ୍ବ ଗମାଙ୍ଗ(65)କୁ ଏକୁଟିଆ ଦେଖି ଉକ୍ତ ଗ୍ରାମର ରାମ ରଇତ(୩୨)କିଛି ସହଯୋଗୀ ସହ ଉକ୍ତ ପାହାଡ଼ ବଗଡ଼ କୁ ଯାଇ ଦେଶୀ ବନ୍ଧୁକ ରେ ଗୁଳି କରି ହତ୍ୟା କରିଥିଲେ। ସେଠାରୁ କିଛି ଦୂରକୁ ନେଇ ଗାତ ଖୋଳି ଗୋଡ ହାତକୁ ରସି ରେ ବାନ୍ଧି ପୋତି ଦେଇ ଥିଲା। ଘଟଣା ଘଟିବାର ଦେଡ ମାସ ପର୍ଯ୍ୟନ୍ତ କେହି ଭୟରେ ଥାନାରେ ଅଭିଯୋଗ କରିନଥିଲେ ।ଗତ କାଲି ମୃତ ଡ଼ାଳିମ୍ବର ପୁତୁରା ବୁଡୁ ଗମାଙ୍ଗ ଆର ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଖବର ପାଇ ଥାନା ଅଧିକାରୀ ମମତା ନାୟକ, ଏସ୍ଡିପିଓ ଦିଲୀପ କୁମାର ନାୟକ ପହଞ୍ଚି ତଦନ୍ତ କରି ଅନୁସନ୍ଧାନୀ ଦଳକୁ ଡାକି ଅଭିଯୁକ୍ତକୁ ଧରି ପଚାରିବାରୁ ସେ ପାହାଡ଼ ନିକଟକୁ ନେଇ ହତ୍ୟାରେ ବ୍ୟବହାର ହୋଇଥିବା କାଠ,ଚାଦର ଦେଖାଇବା ସହ ପୋତିଥିବା ଜାଗାକୁ ନେଇଥିଲା ।ସେଠି ଖୋଲିବା ପରେ ମୃତ ଦେହକୁ ଉଦ୍ଧାର କରାଯାଇଥିଲା। ବ୍ରହ୍ମପୁର ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି ।ଅଭିଯୁକ୍ତ ତାହାରି ନିଜ ଘରେ ବନ୍ଧୁକ ଓ କିଛି ବାରୁଦ ଥିବା ଦେଖାଇଥିଲେ ସବୁ ସାମଗ୍ରିକୁ ପୋଲିସ ଜବତ କରିବା ସହ ଅନ୍ୟ ପାଞ୍ଚ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଏସ୍ଡିପିଓ ଦିଲୀପ କୁମାର ନାୟକ କହିଛନ୍ତି।

LEAVE A REPLY

Please enter your comment!
Please enter your name here