ବିଜେଡି ରେ ମିଶିଲେ ଅନ୍ୟ ପାର୍ଟିର ଶତାଧିକ କର୍ମୀ

0
301

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ଶତାଧିକ ଅନ୍ୟ ପାର୍ଟିର କର୍ମୀ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ନବୀନ ବାବୁଙ୍କ ଆଦର୍ଶ ଓ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ ଓ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ପୋଲସରା ବ୍ଲକ ଅନ୍ତର୍ଗତ ଖଣ୍ଡୁରୁ ଗ୍ରାମର ବିଜେପି ନେତା କାହ୍ନୁ ଚରଣ ସାହୁଙ୍କ ନେତୃତ୍ୱରେ ଲିଙ୍ଗରାଜ ସାହୁ, ଗନ୍ତେଇ ପ୍ରଧାନ, ଜଟେଶ୍ୱର ପ୍ରଧାନ, ଶ୍ରୀକାନ୍ତ ପ୍ରଧାନ, ପ୍ରକାଶ ପ୍ରଧାନ, ସାଗର ପ୍ରଧାନ, କୁନା ପ୍ରଧାନ ପ୍ରମୁଖ ଶତାଧିକ କର୍ମୀ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବିଜେଡ଼ି ରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଅଶୋକ ବିଷୋୟୀ,ପ୍ରଫୁଲ ପରିଜା,ସତ୍ୟବାଦୀ ସାହୁଙ୍କ ସମେତ ସ୍ଥାନୀୟ ସରପଞ୍ଚ ରଞ୍ଜିତ ବାରିକ, ସମିତି ସଭ୍ୟ ରାହୁଳ ଦେବ ସାହୁ ଓ ବିଜେଡି କର୍ମୀ ବୃନ୍ଦ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ସାହୁ ବିଜେଡି ରେ ସାମିଲ ହୋଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଜୁ ଜନତା ଦଳ ଆହୁରି ସୁଦୃଢ ହୋଇ ପାରିବ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here