କଲମ୍ଵ ଓ ପାଙ୍ଗିଡ଼ି ପାଞ୍ଚାୟତରେ ସଚେତନ ରାଲି

0
276

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଓ ପାଙ୍ଗିଡ଼ି ପାଞ୍ଚାୟତ ଦ୍ୱୟରେ କୋଭିଡ ସପ୍ତାହ ଉପଲକ୍ଷେ ଶନିବାର ଓ ରବିବାର ଦିନ ରାଲି ଅନୁଷ୍ଠିତ ହୋଇ କରୋନା ବିଷୟରେ ଲୋକଙ୍କୁ ସଚେତନ କରାଯାଇଛି। ଶନିବାର ଦିନ କଳମ୍ବ ପାଞ୍ଚାୟତର କଲମ୍ଵ ଗ୍ରାମରେ ଅନୁଷ୍ଠିତ ରାଲିରେ ଭଞ୍ଜନଗର ଉପଖଣ୍ଡ ଅତିରିକ୍ତ ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ଓ ବୁଗୁଡା ବ୍ଲକ ଏକାଉଣ୍ଟସ ଅଫିସର ପରାଶର ଦାଶଙ୍କ ସମେତ କଲମ୍ଵ ପାଞ୍ଚାୟତ ସରପଞ୍ଚ ପ୍ରତିମାରାଣୀ ଜେନା, ନାଏବ ସରପଞ୍ଚ ପ୍ରେମାନନ୍ଦ ସ୍ଵାଇଁ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳକୃଷ୍ଣ ଜେନା,ଗ୍ରାମ ରୋଜଗାର ସେବକ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ସେହିପରି ପାଙ୍ଗିଡ଼ି ପାଞ୍ଚାୟତ ଅନ୍ତର୍ଗତ ଟିକରପଡା ଗ୍ରାମରେ ରବିବାର ଦିନ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁଶାନ୍ତ କୁମାର ଆପଟ ଓ ସମିତି ସଭ୍ୟ କୃଷ୍ଣ ରା ଙ୍କ ସମେତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ ପ୍ରଭୁତି ଯୋଗଦେଇ କରୋନା ବିଷୟରେ ସଚେତନତା ସୃଷ୍ଟି କରିଥିଲେ। ହାତ ସଫା କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here