ରେଡକ୍ରସ ୟୁନିଟ୍ ପକ୍ଷରୁ କୋଭିଡ ସଚେତନତା ଓ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0
290

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାର ବାଲିପଦର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ୍ ପକ୍ଷରୁ ସେପ୍ଟେମ୍ବର ୨୫ ତାରିଖ ଶୁକ୍ରବାର ଦିନ ଏକ କୋଭିଡ – ୧୯ ସଚେତନତା ସଭା ଅନୁଷ୍ଠିତ ହେବା ସହ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ଅତିଥି ଭାବେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ପୋଲିସ ଆଇଆଇସି ଚିତ୍ତରଞ୍ଜନ ବେହେରା, ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ବାଲିପଦର ଫାଣ୍ଡି ଅଧିକାରୀ ନିରଞ୍ଜନ ଦାଶ, ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି ଯୋଗ ଦେଇଥିଲେ। ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ବିଭାଗ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକ ଉଦ୍ୟମ ଓ ସମସ୍ତ ଜନସାଧାରଣଙ୍କ ଉଦ୍ୟମ ଯୋଗୁଁ ଜିଲ୍ଲାରେ କରୋନା ପ୍ରକୋପ କମିଥିଲେ ମଧ୍ୟ କୋଭିଡ ମେଡ଼ିସିନ ନଆସିବା ପର୍ଯ୍ୟନ୍ତ ସମସ୍ତେ ହାତ ସଫା କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବାକୁ ଆହ୍ୱାନ ଦିଆଯାଇଥିଲା। ଏହି ଅବସରରେ କୋଭିଡ ଯୋଦ୍ଧା ଭାବେ ବିଧାୟକ ଶ୍ରୀକାନ୍ତ ସାହୁ, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା, ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ଓ ଓଆଇସି ନିରଞ୍ଜନ ଦାଶ ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କୋଭିଡ ଯୋଦ୍ଧା ଭାବେ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଓ କନିଷ୍ଠ ଯନ୍ତ୍ରୀ ନିତେଶ କୁମାର ସୁବୁଦ୍ଧି ଙ୍କୁ ସମ୍ବର୍ଦ୍ଧିତ କରିବାକୁ ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଥିଲେ ମଧ୍ୟ ସ୍ୱାସ୍ଥ୍ୟଗତ ଓ ଅନ୍ୟାନ୍ୟ କାରଣ ଯୋଗୁଁ ସେମାନେ ଆସି ପାରିନଥିଲେ। ଏଥିସହ ମହାବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଜି.ରାଜେଶ୍ୱର ପାତ୍ର, ଖଲି ପରିଡା, କୈଳାଶ ପ୍ରଧାନ,ନାଗଭୂଷଣ ବିଷୋୟୀ, ଶିବବ୍ରତ ନାୟକ,କାଳୀ ଚରଣ ବିଷୋୟୀ, କିଶୋର ଚନ୍ଦ୍ର ଗୁରୁ, କେ.ଦୁଃଖିଶ୍ୟାମ ଆଚାରୀ, ଡ଼ଃ ବିବେକାନନ୍ଦ ପଟ୍ଟନାୟକ ପ୍ରଭୃତିଙ୍କୁ ସମ୍ମାନିତ କରାଯାଇଥିଲା। ପରିଚାଳନା କମିଟି ପକ୍ଷରୁ ଖଲି ପରିଡା ଧନ୍ୟବାଦ ଅର୍ପଣ କରିଥିବା ବେଳେ ମହାବିଦ୍ୟାଳୟର ଷ୍ଟାପ ସେକ୍ରେଟାରୀ ସରୋଜ କାନ୍ତ ଦାଶ, ଡ଼ଃ ଜିତେଶ ରାଓ ଦୋରା,ଡ଼ଃ ଦିଲୀପ କୁମାର, ବିଭୁତି ବେବର୍ତ୍ତା, ସୁଶାନ୍ତ ପଣ୍ଡା, ସୁଜାତା ପଟ୍ଟନାୟକ, ଶିଶିର ନାୟକ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟପିକା ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here