କଇଠଡା ନାଳରେ ଯୁବକଙ୍କୁ ହତ୍ୟା ମାମଲାର ପର୍ଦ୍ଧାଫାଶ ; ଯୁବକ ଗିରଫ

0
830

ଦିଗପହଣ୍ଡି – ଦିଗପହଣ୍ଡି ଥାନା କଇଠଡା ନାଳରେ ଗତ ମେ ୧୪ ତାରିଖରେ ବାବୁଲା ରେଡ୍ଡୀ ନାମକ ଜଣେ ଯୁବକକୁ ହତ୍ୟା ମାମଲାର ଗୁରୁବାର ଦିନ ପର୍ଦ୍ଧାଫାଶ ହୋଇଥିବା ଜଣାପଡିଛି । ପୋଲିସ ମାମଲାରେ ଉକ୍ତ ଗ୍ରାମର ଦିବାନ ରେଡ୍ଡୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଖବରପ୍ରକାରେ , ଦିଗପହଣ୍ଡି – ଚିକିଟି ରାସ୍ତାର କଇଠଡା ଗ୍ରାମ ଠାରୁ ୨୦୦ ମିଟର ଦୂରରେ ରହିଥିବା ଏକ କେନାଲ ତଳେ ବାବୁଲାଙ୍କ ମୃତଦେହ ସକାଳୁ ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ମୃତକଙ୍କ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନଟ ରହିଥିଲା ଯାହାକି ପୋଲିସ ହତ୍ୟା ନା ଦୁର୍ଘଟଣା ବୋଲି ସନ୍ଦେହରେ ରହିଥିଲା । ତେବେ ଆଜି ପୋଲିସ ଅଭିଯୁକ୍ତଙ୍କୁ ଜେରା କରିବା ପରେ ସେ ବାବୁଲାଙ୍କ ନିଶାସକ୍ତ ଅବସ୍ଥାରେ ନାଳକୁ ଠେଲି ଦେଇ ଚାଲି ଯାଇଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଥିଲା । ଏନେଇ ପୋଲିସ ଥାନା ମାମଲା ନଂ ୨୧୯/୨୩ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here